fbpx

ଡିଗ୍ରୀ ପାଇଗଲେ ସରି ଯାଏନି ଶିକ୍ଷାଗ୍ରହଣ ପ୍ରକ୍ରିୟା, ଏହା ନିରନ୍ତର: ରାଷ୍ଟ୍ରପତି ମୁର୍ମୁ

AAKASH

ବାରିପଦା: ୩ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି କ୍ରମରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱଦଶ ସମାରୋହରେ ସେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଖୁବ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି । ଉଚ୍ଚ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଏକ ଅଭିନବ ପରିଚୟ ସୃଷ୍ଟି କରିବା ସହ କଲେଜ କ୍ୟାମ୍ପସ ପରିସରରେ ‘ପବିତ୍ର ଉପବନ’ ପ୍ରତିଷ୍ଠାକୁ ମଧ୍ୟ ସେ ଖୁବ ପ୍ରଶଂସା କରିଛନ୍ତି । ଏହାକୁ ସେ ପ୍ରାକୃତିକ ସମ୍ବଳର ଗୋଷ୍ଠୀ ଆଧାରିତ ପରିଚାଳନାର ଏକ ସର୍ବଶ୍ରେଷ୍ଠ ଉଦାହରଣ ବୋଲି ସେ ଆଖ୍ୟା ଦେଇଛନ୍ତି ।

ତେବେ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସ୍ନାତକ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, କେବଳ ଡିଗ୍ରୀଟିଏ ହାସଲ କରି ଦେବା ଶିକ୍ଷାଗ୍ରହଣର ପ୍ରକ୍ରିୟା ଶେଷ ହୋଇ ନଥାଏ । ଶିକ୍ଷା ହେଉଛି ଏକ ନିରନ୍ତର ପ୍ରକ୍ରିୟା । ତେବେ ଡିଗ୍ରୀ ହାସଲ କରିଥିବା ପିଲାମାନଙ୍କ ମଧ୍ୟରୁ ଆଗକୁ କିଛି ପିଲା ଚାକିରି କରିବେ, କିଛି ପିଲା ବ୍ୟବସାୟ କରିବେ ଏବଂ ଆଉ କିଛି ପିଲା ଗବେଷଣା ଦିଗରେ ଆଗେଇ ଯିବେ । କିନ୍ତୁ ଏସବୁ ଭିତରୁ ଚାକିରି କରିବା ଅପେକ୍ଷା ଚାକିରି ଦେବା ପାଇଁ ଚିନ୍ତା କରିବା ଆବଶ୍ୟକ ବୋଲି କହି ଛାତ୍ରଛାତ୍ରୀଙ୍କ ମନୋବଳ ବଢାଇଥିଲେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ।

Get real time updates directly on you device, subscribe now.