fbpx
BSKY
BJD YOUTH SKY
BJD MS SKY

ମୁଁ ୧୦ ହଜାରରୁ ଅଧିକ ପୁରୁଷଙ୍କ ସହିତ ଶାରୀରିକ ସମ୍ପର୍କ ରକ୍ଷା କରିଛି: ଜୀବନକୁ ନେଇ ମହିଳାଙ୍କ ବଡ଼ ଖୁଲାସା

ନୂଆଦିଲ୍ଲୀ: ମଣିଷ ଜୀବନରେ ଖାଦ୍ୟ, ବାସଗୃହ, ପୋଷାକ ଯେତିକି ଜରୁରୀ ସେହି ଅନୁସାରେ ଆମୋଦ ପ୍ରମୋଦ ମଧ୍ୟ ଜରୁରୀ । ମଣିଷ ଯେତେ ବ୍ୟସ୍ତରେ ରହି କାର୍ଯ୍ୟ କରୁଥିଲେ ହେଁ ଅଳ୍ପ ସମୟ ପାଇଁ ହେଉ ପଛକେ ଖୁସି ତା’ ପାଇଁ ନିହାତି ଜରୁରୀ । ମଣିଷର ଶରୀର କିଛି ଘଣ୍ଟା କାମ କଲା ପରେ ଯେପରି ଦୁର୍ବଳ ହୋଇପଡ଼େ, ସେହିପରି କୌଣସି ପ୍ରସଙ୍ଗ ଉପରେ ଦୀର୍ଘ ସମୟ ଧରି ଧ୍ୟାନ ମଗ୍ନ ରହିବା ପରେ ମଣିଷର ମସ୍ତିଷ୍କ ମଧ୍ୟ ନିସ୍ତେଜ ହୋଇପଡ଼େ । ତେଣୁ ନିୟମିତ ବ୍ୟବଧାନରେ ବିଶ୍ରାମ ନେବା ମଣିଷର ଉଭୟ ମନ ଓ ଶରୀର ପାଇଁ ନିହାତି ଅପରିହାର୍ଯ୍ୟ ।

ତେବେ ଆଜିକାଲି ପ୍ରେମିକ-ପ୍ରେମିକା, ସ୍ୱାମୀ-ସ୍ତ୍ରୀଙ୍କର ଶାରୀରିକ ସମ୍ପର୍କକୁ ନେଇ ଅନେକ ସମୟରେ କିଛି ଅଜବ ଘଟଣା ଶୁଣିବାକୁ ମିଳିଥାଏ । କିଏ ବିବାହ ପୂର୍ବରୁ ଅନ୍ୟ ପୁଅ/ଝିଅ ସହିତ ସେକ୍ସ କରୁଛି ତ ଆଉ କିଏ ବିବାହ ପରେ ଛୁଆ ପିଲା ହେବା ପରେ ବି ପର ପୁରୁଷ / ସ୍ତ୍ରୀ ପ୍ରତି ଆକର୍ଷିତ ହେଉଛି । ତେବେ ଜଣେ ବ୍ୟକ୍ତି ତା’ ଜୀବନ କାଳ ମଧ୍ୟରେ କେତେ ଜଣ ପୁରୁଷ ବା ସ୍ତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିପାରିଥିବ । ସାଧୁ, ସନ୍ଥମାନେ ପ୍ରାଚୀନ କାଳରେ ଧ୍ୟାନ କରିବା ସହ ନିଜକୁ ସଂଜତ କରି ରଖିପାରୁଥିଲେ । ସେଥିପାଇଁ ସେ ଦୀର୍ଘ ଦିନ ଧରି ନିରୋଗୀ ହେବା ସହ ଅସାଧାରଣ ଶକ୍ତିର ଅଧିକାରୀ ହୋଇପାରୁଥିଲେ ।

ତେବେ ଜଣେ ମହିଳା ୧୦ ହଜାର ପୁରୁଷଙ୍କ ସହିତ ରାତି ବିତାଇଥିଲେ । ଏହି ଘଟଣାଟି ବର୍ତ୍ତମାନର ନୁହେଁ, ୬ ବର୍ଷ ତଳେ ଏପରି ଏକ ଘଟଣାକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ନିଜର ଜୀବନର କିଛି ଅଜଣା କଥାକୁ ଜଣେ ମହିଳା ସମାଜ ଆଗରେ ଗତ ୨୦୧୭ରେ ୩୯ ବର୍ଷ ବୟସରେ ବଡ଼ ଖୁଲାସା କରିଥିଲେ । ଉକ୍ତ ମହିଳାଙ୍କ ନାମ ହେଉଛି ଜିନିଥ ମଣ୍ଟିନିଗ୍ରୋ । ୨୧ ବର୍ଷ ବୟସରେ ସେ ଘଣ୍ଟାକୁ ୧ ହଜାର ଟଙ୍କା ରୋଜଗାର କରିଥିଲେ । ଦୀର୍ଘ ୧୨ ବର୍ଷ ଧରି ଯୌନ କର୍ମୀ ଭାବେ କାର୍ଯ୍ୟ କରିବା ପରେ ସେ ନିଜକୁ ବିତସ୍ପୃହ ମଣିଥିଲେ । ଏପରିକି ୧୮ ବର୍ଷ ବୟସରେ ୬-୮ ଜଣ ପୁରୁଷଙ୍କ ଦ୍ୱାରା ସେ ଦୁଷ୍କର୍ମର ଶିକାର ମଧ୍ୟ ହୋଇଥିଲେ । ନିଜ ଜୀବନର ସୁଖଦୁଃଖର କାହାଣୀ କହୁ କହୁ ମହିଳା ଜଣଙ୍କର ଜୀବନର ଯୌନ ଜୀବନର ରହସ୍ୟ ଖୁଲାସା କରିଥିଲେ ।

Get real time updates directly on you device, subscribe now.