fbpx

ଖୁସିଖବର! ଏବେ ଛାତ୍ରଛାତ୍ରୀଙ୍କୁ ବିନା ଗ୍ୟାରେଣ୍ଟିରେ ମିଳିବ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏଜୁକେସନ୍ ଲୋନ୍

Advertisement

ନୂଆଦିଲ୍ଲୀ: ଭବିଷ୍ୟତରେ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ବିନା ଗ୍ୟାରେଣ୍ଟିରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ନେଇପାରିବେ । କେନ୍ଦ୍ର ସରକାର ଖୁବଶୀଘ୍ର ଏଜୁକେସନ୍ ଲୋନର ଗ୍ୟାରେଣ୍ଟି ସୀମାକୁ ୭.୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିପାରନ୍ତି ।

ବହୁ ସଂଖ୍ୟକ ଲୋନ୍ ଆବେଦନ ବାତିଲ ହେବା ଏବଂ ଅନୁମୋଦନ ପାଇବାରେ ବିଳମ୍ବ ହେବାର ଅଭିଯୋଗ ପରେ ସରକାରଙ୍କ ଏହି ପଦକ୍ଷେପ ନେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷା ଲୋନ୍ ବିନା ଗ୍ୟାରେଣ୍ଟିରେ ଦିଆଯାଉଛି । ଏହାର ଅର୍ଥ ହେଉଛି ବ୍ୟାଙ୍କଗୁଡିକ ଏହି ଟଙ୍କା ପର୍ଯ୍ୟନ୍ତ ଲୋନ୍ ପାଇଁ କୌଣସି ଗ୍ୟାରେଣ୍ଟି ମାଗନ୍ତି ନାହିଁ ।

ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗ ଗ୍ୟାରେଣ୍ଟି ସୀମାକୁ ୩୩ ପ୍ରତିଶତ ବୃଦ୍ଧି କରିବାକୁ ଶିକ୍ଷା ମନ୍ତ୍ରଣାଳୟ ସହିତ ଆଲୋଚନା ଆରମ୍ଭ କରିଛି । ଦିଲ୍ଲୀ ଏବଂ ପଶ୍ଚିମବଙ୍ଗ ଭଳି କେତେକ ରାଜ୍ୟ ଭଳି ସରକାରଙ୍କ ଏହି ପଦକ୍ଷେପ ସହିତ ଦେଶର ଛାତ୍ରଛାତ୍ରୀମାନେ ଗ୍ୟାରେଣ୍ଟି ବିନା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷା ଲୋନ୍ ନେଇପାରିବେ । ଏହି ରାଜ୍ୟ ସରକାରମାନେ ସମୁଦାୟ ଗ୍ୟାରେଣ୍ଟି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିସାରିଛନ୍ତି । ସୂଚନାନୁସାରେ, ଅର୍ଥ ମନ୍ତ୍ରଣାଳୟ ଆର୍ଥିକ ସେବା ବିଭାଗ ଗ୍ୟାରେଣ୍ଟିର ସୀମା ବୃଦ୍ଧି ସପକ୍ଷରେ ଅଛି ଏବଂ ଶିକ୍ଷା ମନ୍ତ୍ରଣାଳୟ ସହିତ ଆଲୋଚନା ଚାଲିଛି ।

Get real time updates directly on you device, subscribe now.