fbpx

ଆତ୍ମହତ୍ୟା ରୋକିବାକୁ ଶିକ୍ଷା ମନ୍ତ୍ରଣାଳୟ ଜାରି କଲା ଗାଇଡ୍‌ଲାଇନ୍‌, ସ୍କୁଲରେ ଲାଗୁ ହେବ ଏହି ନିୟମ

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଥିବା ଆତ୍ମହତ୍ୟା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ବିଦ୍ୟାଳୟ ଲାଗି ସୁଇସାଇଡ୍ ପ୍ରିଭେନସନ ଗାଇଡଲାଇନ୍ ଜାରି କରିଛନ୍ତି । ଏହାର ଉଦ୍ଦେଶ୍ୟ ପ୍ରତ୍ୟେକ ଶିଶୁର ଜୀବନ ସୁରକ୍ଷିତ କରିବା ଓ ଏହାର ମୋଟୋ ‘ଏଭ୍ରି ଚାଇଲ୍ଡ ମ୍ୟାଟରସ୍‌’ ରଖାଯାଇଛି । ଏହି ନିର୍ଦ୍ଦେଶନାମା ଜରିଆରେ ସ୍କୁଲରେ ୱେଲନେସ୍ ଟିମକୁ ସେଟଅପ୍ କରାଯିବ ଓ ଏହା ସହିତ ବହୁ ନିୟମକୁ ପାଳନ କରାଯିବ । ଏହି ଗାଇଡଲାଇନର ଟାଇଟେଲ୍ (ଉମିଦ୍‌) ରଖାଯାଇଛି ଯାହାର ପ୍ରତି ଅକ୍ଷରର ଅଲଗା ଅର୍ଥ ରହିଛି ।

ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ଗାଇଡଲାଇନ୍ ଅନୁସାରେ UMEED ର ଅର୍ଥ ଏହିପରି ରହିଛି ।

U – Understand

M – Motivate

M – Manage

E – Empathise

E – Empower

D – Develop

ଏହି କ୍ରମରେ ସ୍ଥିତି ପ୍ରତି ସମ୍ବେଦନଶୀଳ ରହିବାକୁ ସମସ୍ତ ସ୍କୁଲକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଅଣ୍ଡରଷ୍ଟାଣ୍ଡିଂ ଓ ସେଲ୍ଫ ହାର୍ମ କେସ୍‌ରେ ଶୀଘ୍ର ସମସ୍ୟାର ସମାଧାନ ଲାଗି ରିପୋର୍ଟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସ୍କୁଲରେ ୱେଲନେସ୍ ସେଣ୍ଟର ବି ପ୍ରତିଷ୍ଠା ହେବ । ଏହା ସହିତ କୌଣସି ପିଲା କ୍ଷେତ୍ରରେ ୱାର୍ଣ୍ଣିଂ ସାଇନ୍ ଦେଖାଗଲେ ତାହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ କୁହାଯାଇଛି । ଆତ୍ମହତ୍ୟାକୁ ନେଇ ବ୍ୟାପୁଥିବା ବିଭିନ୍ନ ଗୁଜବ ଦୂର କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଏହି ସମସ୍ୟା ସହ ଜଡିତ ସମସ୍ତ ପ୍ରଶ୍ନର ଉତ୍ତର ଛାତ୍ରଛାତ୍ରୀଙ୍କୁ ଦେବାକୁ ମଧ୍ୟ ଗାଇଡଲାଇନରେ ନିର୍ଦ୍ଦେଶ ରହିଛି ।

Get real time updates directly on you device, subscribe now.