fbpx

ପଶୁ ହୋଇ ମଣିଷଙ୍କୁ ଶିକ୍ଷା; ଦୁଇ ଯୁବତୀଙ୍କ ମାରପିଟ୍ ଭାଙ୍ଗିଲେ କୁକୁର, ଦେଖନ୍ତୁ Video….

Advertisement

ଓଡ଼ିଶା ଭାସ୍କର: ଦିନକୁ ଦିନ ପରିବର୍ତ୍ତନ ହେବାରେ ଲାଗିଛି ସମାଜ, ଯେତିକି ଯେତିକି ପ୍ରଗତି କରୁଛି ସେତିକି ସେତିକି ଲୋକଙ୍କ ମାନସିକତାରେ ବି ପରିବର୍ତ୍ତନ ହେଉଛି । ଭଲ ମନ୍ଦର ଆଉ ବାଛ ବିଚାର ନାହିଁ । ଯିଏ ଯାହା ଭାବୁଛି ତାହା ଠିକ୍ ମନେକରି ନିଜର ଅଧିକାର ସାବ୍ୟସ୍ତ କରୁଛି । ଓଡ଼ିଆରେ ଗୋଟେ ଲୋକ କଥା ଅଛି- ଜୋର ଯାହାର ମୁଲକ ତାହାର । ସେଥିପାଇଁ ତ ନିଜ ନିଜର ସାମର୍ଥ୍ୟକୁ ନେଇ ଆପଣା ଲୋକଙ୍କ ସବୁଦିନ ଭିତରେ ଲଢ଼େଇ କରୁଛି ମଣିଷ । ଏମିତି ବାସ୍ତବ ଜୀବନରେ ଘଟୁଛି- ଜାହାର ଏକ ଝଲକ ଗୋଟେ ଭିଡ଼ିଓରେ ଆମେ ଆପଣଙ୍କୁ ଦେଖାଇବୁ ଏଇ ଭିଡିଓ ମାଧ୍ୟମରେ ।

ଏହି ଭିଡିଓରେ ଦୁଇ ଜଣ ଯୁବତୀ କୌଣସି ଏକ କାରଣକୁ ନେଇ ମାରପିଟ୍ ଲାଗୁଛନ୍ତି । ତାଙ୍କ ପାଖରେ କିଛି ଲୋକ ଠିଆ ହୋଇ ମାରପିଟ୍ ଦେଖୁଛନ୍ତି ହେଲେ କେହି ଅଟକାଇବାକୁ ଆସୁ ନାହାନ୍ତି । ଠିକ୍ ସେତିକି ବେଳେ ସେଠାରେ ଥିବା ଦୁଇଟି କୁକୁର ଆସି ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି । ଏଠି ମଣିଷ ପଣିଆ ଉପରେ ପ୍ରଶ୍ନ ଉଠୁଛି । ଯୋଉଠି ମଣିଷ ଏହି ଲଢ଼େଇ ଦେଖି ମଜା ନେଉଛି ସେଠାରେ କିନ୍ତୁ କୁକୁର ସେମାନଙ୍କ ପଶୁ ପଣିଆକୁ ବଳୀଦେଇ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି । ତେବେ ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ଵିଟରରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଏବେ ସୁଦ୍ଧା ଏକ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ।

Get real time updates directly on you device, subscribe now.