fbpx

ଅଣ୍ଡା ଓ ଦହି ଦୂର କରିବ ଚନ୍ଦାପଣ , ଜାଣନ୍ତୁ ଏଥିରୁ ମୁକ୍ତି ପାଇବାର ଘରୋଇ ଉପଚାର

ଭୁବନେଶ୍ୱର : ପ୍ରତ୍ୟେକ ଲୋକ କେବେ ନ କେବେ ବାଳ ଝଡିବା ସମସ୍ୟା ଦେଇ ଗତି କରିଥିବ ନିଶ୍ଚୟ । ବାଳ ଝଡିବାର ଅନେକ କାରଣ ରହିଥାଏ । ଯେପରି ଡାଏଟ୍ ଏବଂ ଷ୍ଟେସ୍ । କିନ୍ତୁ କିଛି ଲୋକଙ୍କୁ ଅଧିକ ମାତ୍ରାରେ ଏହି ସମସ୍ୟାର ସାମ୍ନା କରିବାକୁ ପଡେ । ଧୀରେ ଧୀରେ ଚନ୍ଦାପଣ ଏମାନଙ୍କ ଠାରେ ଦେଖିବାକୁ ମିଳେ । ଏଥିରୁ ମୁକ୍ତି ପାଇଁ ଏଭଳି କିଛି ଜିନିଷ ବ୍ୟବହାର କରନ୍ତୁ ଯାହା ଦ୍ୱାରା ବାଳ ଝଡିବା କମ୍ ହେବା ସହ ଗ୍ରୋଥ୍ ହେବା ଆରମ୍ଭ ହୋଇଥାଏ । ତେବେ ଆସନ୍ତୁ କିଛି ଘରୋଇ ଟପ୍ସ ବିଷୟରେ ଆଲୋଚନା କରିବା..

ମସାଜ :ସ୍କାଲ୍ପରେ ମସାଜ କରିବା ଦ୍ୱାରା ବ୍ଲଡ୍ ସରକ୍ୟୁଲେସନ୍ ବଢିଥାଏ । ଯାହା ଦ୍ୱାରା ହେୟାର ଗ୍ରୋଥ ମଧ୍ୟ ଭଲ ହୋଇଥାଏ । ତେଣୁ ଯେକୌଣସି ଭଲ ହେୟାର ଅଏଲ ନେଇ ହାଲୁକା ହାତରେ ମସାଜ କରନ୍ତୁ ।

ନଡିଆ ତେଲ : ନଡିଆ ତେଲ ସ୍କାଲ୍ପକୁ ମଜବୁତ କରିଥାଏ । ଏଥିରେ ଫ୍ୟାଟକ୍ ଏସିଡ୍ ରହିଥାଏ, ଯାହା ବାଳକୁ ସଫ୍ଟ କରିବା ସହ ବାଳ ଝଡିବା ସମସ୍ୟା କମ୍ କରିଥାଏ । ସପ୍ତାହକୁ ଅତି କମ୍‌ରେ ୨ ଥର ନଡିଆ ତେଲ ମମସାଜ କରନ୍ତୁ । ଶାମ୍ପୁ କରିବା ପୂର୍ବରୁ ବା ସାରାରାତି ରଖନ୍ତୁ ।

ଅଁଳା : ଅଁଳାରେ ଫ୍ୟାଟି ଏସିଡ୍ ଭରପୁର ମାତ୍ରାରେ ରହିଥାଏ । ଯାହା ବାଳକୁ ମଜବୁତ କରିବାରେ ସାହାଯ୍ୟ କରେ । ଏଥିରେ ଥିବା ଫ୍ୟାଟି ଏସିଡ୍ ସମୟ ପୂର୍ବରୁ ବାଳକୁ ଧଳା ହେବାକୁ ଦିଏନାହିଁ ।

କାଷ୍ଟର ଅଏଲ୍ ବା ଜଡା ତେଲ : ଜଡା ତେଲ କେଶ ପାଇଁ ଚମତ୍କାରୀରୁ କମ୍ ନୁହେଁ । ଏଥଇରେ ପ୍ରୋଟିନ୍‌, ଭିଟାମିନ୍‌-ଇ ଏବଂ ବିଭିନ୍ନ ପ୍ରକାରର ମିନେରାଲ୍ସ ଥାଏ । ଏହି ତେଳକୁ ସିଧା ସଳଖ କେଶରେ ଲଗାଯାଏ ନାହିଁ । ଏହାକୁ ଅଲିଭ୍ ଅଏଲ୍ ବା ନଡିଆ ତେଲରେ ମିଶାଇ ଲଗାଯାଏ ।

ପିଆଜ ରସ : ପିଆଜ ରସ ବ୍ଲଡ ସରକ୍ୟୁଲେସନ୍ କୁ ବଢାଇଥାଏ, ଯାହା ଦ୍ୱାରା କେଶର ଗ୍ରୋଥ ଭଲ ହୋଇଥାଏ । ଏଲୋପୋସିୟା ଏରିଟା ନାମକ ରୋଗରୁ ମୁକ୍ତି ପାଇବା ପାଇଁ ପିଆଜ ରସ ଭଲ କାମ ଦେଇଥାଏ । ଏହି ରୋଗ କାରଣରୁ ଶରୀରର ବିଭିନ୍ନ ସ୍ଥାନରୁ ବାଳ ଝଡିବା ଆରମ୍ଭ ହୁଏ । ଶ୍ୟାମ୍ପୁ କରିବାର ୧୫ ମିନିଟ୍ ପୂର୍ବରୁ ପିଆଜ ରସ ଲଗାଇବା ଉଚିତ ।

ଲେମ୍ବୁ : ଳେମ୍ବୁ ବାଳ ପାଇଁ ଅନେକ ଲାଭଦାୟକ ହୋଇଥାଏ । ଏହା ଦ୍ୱାରା ବାଳ ଧ୍ରୁତ ଗତିରେ ବଢିଥାଏ । ଲେମ୍ବୁକୁ ସିଧାସଳଖ ଆପଣ ବାଳରେ ଲଗାଇପାରିବେ ନାହିଁ କୌଣସି ତେଲରେ ମିଶାଇ ଳଗାଇବେ ।

ଅଣ୍ଡା ମସ୍କ : ଏହି ମାସ୍କ ବାଳ ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ୭୦ ପ୍ରତିଶତ କ୍ୟାରେଟିନ୍ ପ୍ରୋଟିନ୍ ଥାଏ ଯାହା ଡ୍ୟାମେଜ୍ ଓ ଡ୍ରାଏ ବାଳକୁ ସପ୍ଟ କରିବାରେ ସାହାଯ୍ୟ କରେ । ୨ଟି ଅଣ୍ଡାରେ ୨ ଚାମଚ ଦହି ମିଶାଇ ଶ୍ୟାମ୍ପୁ କରିବାର ୩୦ ମିନିଟ୍ ପୂର୍ବରୁ ଲଗାନ୍ତୁ ।

Get real time updates directly on you device, subscribe now.