fbpx

ଦେଶରେ ପ୍ରଥମ ; ଲିଭର ଦେଇ ପିତାଙ୍କ ଜୀବନ ବଞ୍ଚାଇଲେ ୧୭ ବର୍ଷିୟ ନାବାଳିକା

ନୂଆଦିଲ୍ଲୀ : କେରଳର ଜଣେ ୧୭ ବର୍ଷିୟ ନାବାଳିକା ଲିଭର ଦେଇ ନିଜ ପିତାଙ୍କୁ ସୁସ୍ଥ କରିଛନ୍ତି । ଲିଭର ଦାନ କରିବା ପରେ ସେ ହେଉଛନ୍ତି ଦେଶର ସର୍ବକନିଷ୍ଠ ଅଙ୍ଗ ଦାତ୍ରୀ। ଦେଶର ଆଇନ ନାବାଳିକାଙ୍କୁ ଅଙ୍ଗ ଦାନ କରିବାକୁ ଅନୁମତି ଦେଉ ନ ଥିବାରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଏଥିପାଇଁ କେରଳ ହାଇକୋର୍ଟ ଯାଇଥିଲେ। କୋର୍ଟଙ୍କ ଅନୁମୋଦନ ପାଇବା ପରେ ନାବାଳିକା ତାଙ୍କ ଅସୁସ୍ଥ ପିତାଙ୍କୁ ୯ ଫେବୃଆରୀରେ ଲିଭର ଦାନ ଦେଇ ଜୀବନ ବଞ୍ଚାଇଛନ୍ତି ।

Meet India's youngest living organ donor who donated a portion of her liver to save her father - The South First

୪୮ ବର୍ଷର ପ୍ରତୀଶ ଏକ କାଫେ ଚଳାନ୍ତି । ନାବାଳିକା ତାଙ୍କ ଖାଦ୍ୟରେ ବ୍ୟାପକ ପରିବର୍ତ୍ତନ କରିଥିଲେ ଏବଂ ନିୟମିତ ବ୍ୟାୟାମ କରି ଯକୃତ ଦାନ ପାଇଁ ସର୍ବୋତ୍ତମ ସ୍ଥିତିକୁ ଆସିବା ପରେ ହସ୍ପିଟାଲରେ ଅସ୍ତ୍ରୋପଚାର କରାଯାଇଥିଲା। ନାବାଳିକାଙ୍କ ସାହାସିକତାକୁ ପ୍ରୟାସକୁ ପ୍ରଶଂସା କରି ଡାକ୍ତରଖାନା ଏହି ଅସ୍ତ୍ରୋପଚାରର ଖର୍ଚ୍ଚ ଛାଡି ଦିଆଯାଇଥିଲା । ଡାକ୍ତରଖାନାରେ ଏକ ସପ୍ତାହ ରହିବା ପରେ ନାବାଳିକାଙ୍କୁ ଡିସଚାର୍ଜ କରାଯାଇଛି । ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

मिसाल:देश में पहली बार नाबालिग बेटी ने दिया पिता को लिवर, अंगदान के लिए हाईकोर्ट तक लड़ी लड़ाई - Kerala Minor Daughter Donate Liver To Her Father After High Court Gave Permission -

ପ୍ରତୀଶଙ୍କ ଜୀବନ ହଠାତ୍ ବଦଳିଗଲା ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କର ଯକୃତ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ପରିବାର ଉପଯୁକ୍ତ ଦାତା ଖୋଜି ନ ପାଇବା ଯୋଗୁଁ ନାବାଳିକା ତାଙ୍କ ଲିଭର ପିତାଙ୍କୁ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।
ଟ୍ରାନ୍ସପ୍ଲାଣ୍ଟେସନ୍ ଅଫ୍ ହ୍ୟୁମାନ୍ ଅର୍ଗାନ୍ସ ଆକ୍ଟ ୧୯୯୪ ର ନିୟମ ଅନୁଯାୟୀ ନାବାଳିକାର ଅଙ୍ଗ ଦାନ ଅନୁମତିପ୍ରାପ୍ତ ନୁହେଁ। ସେ ସମସ୍ତ ସମ୍ଭାବନା ଅନୁସନ୍ଧାନ କରି କେରଳ ହାଇକୋର୍ଟଙ୍କ ନିକଟକୁ ଯାଇଥିଲେ । ସମସ୍ତ ତଥ୍ୟ ବିଷୟରେ ଅବଗତ ହେବା ପରେ ଏକ କୋର୍ଟ ଏକ ନାବାଳକ ଶିଶୁକୁ ଅଙ୍ଗ ଦାନ କରିବାକୁ ଅନୁମତି ଦେଇଥିଲେ।

Get real time updates directly on you device, subscribe now.