fbpx

Video: ହୋଲି ଖେଳିବାକୁ ଭାରତ ଆସିଥିବା ଜାପାନୀ ମହିଳା ଦିଲ୍ଲୀରେ ନିର୍ଯାତିତ, ଭାଇରାଲ ହେଲା ଭିଡିଓ

ନୁଆଦିଲ୍ଲୀ: ଭାରତକୁ ହୋଲି ଖେଳିବାକୁ ଅସିଥିବା ୨୨ ବର୍ଷୀୟ ଜାପାନୀ ଯୁବତୀଙ୍କ ପାଇଁ ହୋଲି ଏକ ଭୟଙ୍କର ସ୍ମୃତି ହୋଇ ରହିଯାଇଛି। ପିଡ଼ିତ ମହିଳା ଏକ ଭିଡିଓ ଟ୍ୱିଟରରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ତେବେ ପରେ ସେ ଏହି ଭିଡିଓ ହଟାଇ ଦେଇଛନ୍ତି। ଭିଡିଓରେ କିଛି ଯୁବକ ଯୁବତୀଙ୍କ ମୁହଁରେ ଜବରଦସ୍ତି ରଙ୍ଗ ଲଗାଉଛନ୍ତି। ଏହି ସମୟରେ ଯୁବତୀଙ୍କୁ ଯୁବକମାନେ ଅନକେ ପ୍ରକାର ଖରାପ ବ୍ୟବହାର କରି ତାଙ୍କୁ ଅନୈତିକ ଭାବେ ଛୁଇଁବାକୁ ଚେଷ୍ଟା କରିଥିଲେ।

କେବଳ ଏତିକି ନୁହେଁ ଭାରତର ସଂସ୍କୃତିକୁ ଲଜ୍ଜୀତ କରୁଥିବା ଏହି ଭିଡିଓରେ ଜଣେ ଯୁବକ ଯୁବତୀଙ୍କ ମୁଣ୍ଡରେ ଅଣ୍ଡା ଆଣି ଫଟାଉଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ଦେଖିବା ପରେ ଲୋକମାନେ ତିବ୍ର ପ୍ରତିକ୍ରିୟା ପ୍ରକାଶ କରି ଅଭିଯୁକ୍ତ ଯୁବକମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।

ଭାଇରାଲ ଭିଡିଓରେ ଯୁବତୀ ଜଣକ ବାରମ୍ବାର ବାଏ, ବାଏ, ବାଏ କହୁଛନ୍ତି। କିଭଳି ସେହି ଅନିୟନ୍ତ୍ରିତ ଯୁବକ ମାନଙ୍କ କବଳରୁ ମୁକୁଳିବେ ଚେଷ୍ଟା କରୁଛନ୍ତି। ଶେଷରେ ଯେତେବେଳେ ସେ ଏହି ଭିଡ଼ରୁ ବାହାରିବାରେ ସକ୍ଷମ ହୋଇଥିଲେ, ସେ ସମୟରେ ଆଉ ଜଣେ ଯୁବକ ହାପି ହୋଲି କହି ତାଙ୍କ ମୁହଁରେ ରଙ୍ଗ ଲଗାଇଥିଲେ।

ଜୋର ଜବରଦସ୍ତ ଏହି ନିର୍ଯାତନା ଦେଉଥିବା ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବ୍ ଭାଇରାଲ ହେଉଛି। କିଛି ଲୋକେ ଆନ୍ତର୍ଜାତୀୟ ମହିଳା ଦିବସରେ ଏପରି ଘଟଣାକୁ ନିନ୍ଦା କରିଛନ୍ତି।

 

 

Get real time updates directly on you device, subscribe now.