ଅଣ୍ଡାର ରହିଛି ଅନେକ ଉପକାରିତା, ଓଜନ କମାଇବାରେ ହେଉଛି ସହାୟକ

ଅଣ୍ଡା ଖାଇଲେ ମୋଟା ପଣ ବଢ଼େନି। ବରଂ ବିଶେଷଜ୍ଞଙ୍କ ମତରେ ଅଣ୍ଡା ଖାଇଲେ ମୋଟାପଣ କମେ। ତେବେ ଆପଣ ଯଦି ଏମିତି କିଛି ଭ୍ରମରେ ରହିଛନ୍ତି ଏବେଠୁ ଭ୍ରମ ଦୂର କରନ୍ତୁ।

ନୂଆଦିଲ୍ଲୀ: ଅଣ୍ଡା ଖାଇଲେ ମିଳୁଛି ଅଜବ ଫାଇଦା। ଦେହରୁ ଦୂରେଇ ଯାଉଛି ଅନେକ ସମସ୍ୟା। ଦେହରେ ବଢୁଛି ଇମ୍ୟୁନିଟି ପାଓ୍ୱାରା। ଏମିତିରେ ବି ଆମେ ଜାଣିଛନ୍ତି ଅଣ୍ଡାରେ ରହିଛି ଭିଟାମିନ୍।

ତେଣୁ ଆପଣ ଯଦି ଅଣ୍ଡା ଖାଉନାହାନ୍ତି ତେବେ ନିଜ ଖାଦ୍ୟ ରୁଟିନରେ ଅଣ୍ଡାକୁ ସାମିଲ କରନ୍ତୁ। ଏବଂ ଅନେକ ଫାଇଦା ପାଆନ୍ତୁ। କମ୍ ଖର୍ଚ୍ଚରେ ଅଧିକ ସ୍ନେହସାର ବା ପ୍ରୋଟିନ ପାଆନ୍ତୁ।

ବ୍ୟବହାର କରୁଥିବା ଖାଦ୍ୟ: ଆମେ ସବୁବେଳେ ସୁସ୍ଥ ରହିବାକୁ ଚାହାଁନ୍ତି। ଆଉ ପୁଷ୍ଟିକର ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତି। ଆଉ ସୁସ୍ଥ ରହିବା ପାଇଁ ବିଭିନ୍ନ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ବି ଆବଶ୍ୟକ।

ଏମିତିରେ ଯଦି ଦେଖିବା ଅନେକ ଖାଦ୍ୟ ରହିଛି ଯାହା ଆମ ଶରୀରକୁ ଖରାପ କରୁଥିବା ବେଳେ, ଅନେକ ଖାଦ୍ୟ ଆମ ଶରୀରକୁ ଭିଟାମିନ୍ ଯୋଗାଇ ଥାଏ। ଯେଉଁଭଳି ଭାବରେ ଅଣ୍ଡା।

ଅଣ୍ଡା: ସବୁଠାରୁ ଉତ୍ତମ ଖାଦ୍ୟ ମାନଙ୍କ ତାଲିକାରେ ଅଣ୍ଡା ର ନାମ ସର୍ବୋପରେ ରହିଛି। ଅଣ୍ଡାରେ ଅଧାରୁ ବେଶୀ ସ୍ନେହସାର ଏହାର ଧଳା ଅଂଶରେ ଦେଖିବାକୁ ମିଳିଥାଏ। ଏବଂ ସେହିପରି ଏହାର କେଶରରେ ଅଳ୍ପ ଆବଶ୍ୟକ ଫ୍ୟାଟ ସହ ଭିଟାମିନ B ପ୍ରଚୁର ଭାବେ ଭରି ରହିଥାଏ।

ଭୁଲ୍ ତଥ୍ୟ: ତେବେ ଆପଣ ଶୁଣିଥିବେ ଯେ ଅତ୍ୟଧିକ ଅଣ୍ଡା ଖାଇବା ଦ୍ଵାରା ଶରୀରରେ କୋଲେଷ୍ଟ୍ରଲ୍ ବୃଦ୍ଧି ହୋଇଥାଏ ଏବଂ ଅନେକ ସ୍ୱାସ୍ଥ୍ୟଗତ କ୍ଷତି ମଧ୍ୟ ପହଞ୍ଚାଇଥାଏ। ଏନେଇ ଗବେଷକମାନେ ବାରମ୍ବାର ପରୀକ୍ଷା କରି ଏହି ଦାବିକୁ ଖଣ୍ଡନ କରିଛନ୍ତି।

ଫାଇଦା: ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, ଅଣ୍ଡା ଖାଇବା ଦ୍ୱାରା ବୟସ୍କ ବ୍ୟକ୍ତିଙ୍କ ହୃଦୟକୁ ଲାଭ ମିଳିଥାଏ। ଏପରିକି ସ୍ଵଳ୍ପାୟୁ ବା କମ୍ ବୟସରେ ମୃତ୍ୟୁ ଆଶଙ୍କା ହ୍ରାସ ପାଇଥାଏ।

ଯଦି ଆପଣ ଓଜନ କମାଇବାକୁ ଚାହୁଁଉନ୍ତି, ଅଣ୍ଡାର ଧଳା ଅଂଶ ଖାଆନ୍ତୁ। ସେହିପରି ଯଦି ଆପଣ ମୋଟା ହେବାକୁ ଚାହୁଁଛନ୍ତି, ଅଣ୍ଡାର କେଶର ଅଂଶ ଖାଆନ୍ତୁ।

ଗବେଷଣା: ଏହି ଗବେଷଣା ପ୍ରାୟ ୮୦୦୦ରୁ ଅଧିକ ବୟସ୍କ ଲୋକଙ୍କୁ ନେଇ କରାଯାଇଥିଲା। ସେମାନଙ୍କର ଖାଦ୍ୟ, ତାଙ୍କର ସ୍ଵାସ୍ଥ୍ୟଗତ ସମସ୍ୟା, ସେମାନଙ୍କ ଡାକ୍ତରୀ ରେକର୍ଡ, ଖାଦ୍ୟର ମାନ ଆଦିକୁ ନେଇ ରିସର୍ଚ୍ଚ କରିଥିଲେ ଗବେଷକ।

ରିସର୍ଚ୍ଚରୁ ଜଣାପଡିଥିଲା ଯେ, ସାମଗ୍ରିକ ଭାବରେ ଯେଉଁମାନେ ଅଣ୍ଡା ଖାଆନ୍ତି ନାହିଁ କିମ୍ବା କ୍ଵଚିତ ଖାଇଥାନ୍ତି ତାଙ୍କ ତୁଳନାରେ ଯେଉଁମାନେ ସପ୍ତାହରେ ୧-୬ ଥର ଅଣ୍ଡା ଖାଉଛନ୍ତି ସେମାନଙ୍କ ମୃତ୍ୟୁର ଆଶଙ୍କା ସବୁଠାରୁ କମ୍ ଥିଲା।

ଦିନକୁ କେତୋଟି ଅଣ୍ଡା: ଯଦି ଆପଣ ହାର୍ଟକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ବା ହାର୍ଟ ଆଟାକ୍ ଆଶଙ୍କାରୁ ବର୍ତ୍ତିବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ ଗୋଟେ ଅଣ୍ଡା ଖାଆନ୍ତୁ।  ରିସର୍ଚ୍ଚରୁ ଜଣାପଡ଼ିଛି ସପ୍ତାହରେ ଅତିକମ୍‌ରେ ୧୨ଟି ଅଣ୍ଡା ଖାଇଲେ ପ୍ରିଡାଇବେଟିସ୍‌ ବା ଟାଇପ୍-୨ଡାଇବେଟିସ୍‌ ଥିବା ବ୍ୟକ୍ତିଙ୍କୁ ହାର୍ଟ ଜନିତ କୌଣସି ସମସ୍ୟା ହେବ ନାହିଁ।

ଏହାଛଡ଼ା ଜଣେ ସୁସ୍ଥ ବ୍ୟକ୍ତି ପ୍ରତିଦିନ ଦୁଇରୁ ତିନୋଟି ଅଣ୍ଡା ଖାଇବା ଉଚିତ। ଜଣେ ସୁସ୍ଥ ବ୍ୟକ୍ତି ସପ୍ତାହରେ ୭ -୧୦ ଟି ଅଣ୍ଡା ଖାଇପାରିବେ। ଯେଉଁମାନେ ଖେଳାଳି କିମ୍ବା ବ୍ୟାୟାମ କରନ୍ତି ସେମାନଙ୍କୁ ଅଧିକ ପ୍ରୋଟିନ୍ ଆବଶ୍ୟକ, ତେଣୁ ଏପରି ଲୋକମାନେ ଚାରି ରୁ ପାଞ୍ଚଟି ଅଣ୍ଡା ଖାଇପାରିବେ।