fbpx
BJD SKY
BJD SKY

ପ୍ରକୃତି ସାଜିଲା ଦାଉ: ପ୍ରବଳ ବର୍ଷାରେ ଗୋଟିଏ ପରିବାରର ୮ ଜଣଙ୍କ ମୃତ୍ୟୁ

BJD

ନୂଆଦିଲ୍ଲୀ: ପ୍ରବଳ ବର୍ଷା ପାଇଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବର୍ଷାରେ ଗୋଟିଏ ପରିବାରର ୮ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ତେବେ ସବୁଠାରୁ ଦୁଃଖର କଥା ହେଉଛି, ମାଆ କୋଳରେ ଛୋଟ ଛୁଆଟିଏ ଶୋଇ ଚିରନିଦ୍ରାରେ ଶୋଇ ଯାଇଥିଲା । ପୋଲିସ ସମସ୍ତ ଶବକୁ ଜବତ କରିବା ସହ ପୋଷ୍ଟମର୍ଟମ କରିବା ପାଇଁ ପଠାଇଛି ।

ହିମାଚଳ ପ୍ରଦେଶରେ ଏପରି ଏକ ଦର୍ଦ୍ଦନାକ ଘଟଣା ଘଟିଛି । ମଣ୍ଡି ଜିଲ୍ଲାର କାଶନ ଅଞ୍ଚଳରେ ଗୋଟିଏ ପରିବାରର ୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ବର୍ଷା ଓ ଭୂସ୍ଖଳନ କାରଣରୁ ଜିଲ୍ଲାରେ ଅନେକ କ୍ଷତି ଘଟିଛି । ଲ୍ୟାଣ୍ଡସ୍ଲାଇଡ କାରଣରୁ ଘଟଣାସ୍ଥଳରେ ରେସକ୍ୟୁ ଟିମ୍ ପହଞ୍ଚି ପାରିନଥିଲା । ଗ୍ରାମବାସୀ ପରିବାରକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ ହେଁ ସମସ୍ତ ପ୍ରୟାସ ବୃଥା ହୋଇଥିଲା ।

ଘଟଣାଟି ରାତି ୨ଟାରେ ଘଟିଥିଲା । ପରିବାରର ପୁରୁଷ, ମହିଳା, ଛୋଟ ପିଲା ପ୍ରକୃତିରେ ଦାଉରେ ଚିରଦିନ ପାଇଁ ଶୋଇ ଯାଇଥିଲେ । ରାତି ୩ଟାରୁ ରେସକ୍ୟୁ ଅପରେସନ କାର୍ଯ୍ୟ ଆରମ୍ଭ ହୋଇ ଦ୍ୱିପ୍ରହର ୧ଟାରେ ସମାପ୍ତ ହୋଇଥିଲା । ଏହାପରେ ସମସ୍ତ ଶବକୁ ଉଦ୍ଧାର କରାଯାଇଥିଲା ।

Get real time updates directly on you device, subscribe now.