fbpx

ଶାହାଙ୍କ ଇସାରା ବୁଝିବେ କି NTR? ତେଲେଙ୍ଗାନାକୁ ମିଳିବ କି ବିଜେପିର ନୂତନ ….

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କା ଦିନିକିଆ ତେଲେଙ୍ଗାନା ଗସ୍ତରେ ଆସି ଆରଆରଆର ହିରୋ ଜୁନିୟର ଏନଟିଆରଙ୍କୁ ଭେଟିଛନ୍ତି ।
ଶାହା ଏହି ଗସ୍ତରେ ସାଉଥ ସୁପରଷ୍ଟାର ଜୁନିୟର ଏନଟିଆର ଙ୍କୁ ଭେଟିଛନ୍ତି । ସେ ତାଙ୍କର ଭେଟଘାଟ ବିଷୟରେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହା ସହିତ ଶାହା କହିଛନ୍ତି ଏନଟିଆରଙ୍କ ସହ ଭେଟି ବହୁତ ଭଲ ଲାଗିଲା । ସେ କେବଳ ଏକ ସାଉଥ ଷ୍ଟାର ନୁହଁନ୍ତି ବରଂ ଆମ ଭାରତର ରତ୍ନ ଅଟନ୍ତି । ତେବେ ଏହା କେବଳ ଏକ ବ୍ୟକ୍ତିଗତ ଭେଟଘାଟ ଥିବାର ସୂଚନା ମିଳୁଥିବା ବେଳେ ଏହା ପଛରେ କୌଣସି ରାଜନୈତିକ ସ୍ୱାର୍ଥ ନଥିବାର ଜଣାପଡୁଛି।

ଏହା ସହିତ ଏନଟିଆର ମଧ୍ୟ ତାଙ୍କ ସହିତ ଭଲ ସମୟ ଅତିବାହିତ କରିଛନ୍ତି ବୋଲି ସେ କହିଛନ୍ତି । ଶାହା ତାଙ୍କ ତେଲେଗେନା ଗସ୍ତରେ କହିଛନ୍ତି କହିଛନ୍ତି ଯେ ଆଗାମୀ ନିର୍ବାଚନ ପାଇଁ ତେଲେଙ୍ଗେନା ବାସୀ ବିଜେପିକୁ ଭୋଟ ଦେବା ଆବଶ୍ୟକ । ଏହା ସହିତ ସେ କହିଛନ୍ତି କେସିଆର ଯେଉଁ ପ୍ରତିଶୃତି ଦେଇଥିଲେ ତାକୁ ପାଳନ କରିବାରେ ସେ ସମର୍ଥ ହୋଇ ପାରିଲେ ନାହିଁ । ତେଣୁ ତାଙ୍କ ଉପରେ ବିଶ୍ୱାସ କରି କୌଣସି ଲାଭ ନାହିଁ । ତେଣୁ ଆପଣ ଜାଣି ନେବା ଉଚିତ କିଏ ଆପଣଙ୍କ ପାଇଁ କାର୍ଯ୍ୟ କରିବ ଆଉ କିଏ ନୁହେଁ । ତେଣୁ ଆଗାମୀ ନିର୍ବାଚନ ପାଇଁ ଭାବି ଚିନ୍ତି ଭୋଟ ଦିଅନ୍ତୁ ।

Get real time updates directly on you device, subscribe now.