fbpx
BJD SKY
BJD SKY

ରାଜ୍ୟରେ ଖୋଲିବ ୮ଟି ନୂଆ ନର୍ସିଂ କଲେଜ: ୭ଟି ପାଇଁ ଆର୍ଥିକ ସହାୟତା ଦେବ କେନ୍ଦ୍ର, ଚାଲିଛି DPR ପ୍ରସ୍ତୁତି

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୮ଟି ନର୍ସିଂ କଲେଜ ଖୋଲିବ । ୭ଟି ନର୍ସି କଲେଜ ଖୋଲିବା ନେଇ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିବେ । ଅନ୍ୟପକ୍ଷରେ ଗୋଟିଏ ନର୍ସିଂ କଲେଜ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ନିଜେ ଖର୍ଚ୍ଚ ବହନ କରିବେ । ତେବେ ଏନେଇ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତି ଚାଲିଛି । ରାଜ୍ୟରେ ୧୪ଟି ନର୍ସିଂ କଲେଜ ପ୍ରତିଷ୍ଠା ନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିବା ବେଳେ ସେଥିମଧ୍ୟରୁ ଏବେ ୧୦ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇପାରିଛି ।

ରାଜ୍ୟରେ ୭ଟି ନର୍ସିଂ କଲେଜ ସ୍ଥାପନ ନେଇ କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ । ରାଜ୍ୟର ଯାଜପୁର, ବଲାଙ୍ଗିର, ପୁରୀ, କଳାହାଣ୍ଡି, ତାଳଚେର, ବାରିପଦା ଓ ବାଲେଶ୍ୱରରେ ଏହି ନର୍ସିଂ କଲେଜ ଖୋଲିବା ନେଇ ପ୍ରାଥମିକ ପର୍ଯ୍ୟାୟରେ ନିଷ୍ପତ୍ତି ହୋଇଥିଲା । କଳାହାଣ୍ଡି ବଦଳରେ ଅନ୍ୟ ଏକ ସ୍ଥାନରେ ନର୍ସିଂ ଖୋଲିବା ନେଇ ରାଜ୍ୟ ସରକାର ବିଚାର କରୁଛନ୍ତି । କାରଣ ସେଠାରେ ପୂର୍ବରୁ ଏକ ନର୍ସିଂ କଲେଜ ରହିଛି । ନର୍ସିଂ କଲେଜ ଖୋଲିବା ନେଇ ଡିଏମଇଟି ସିଙ୍ଗିଲ ନୋଡାଲ ଏଜେନ୍ସି ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି । ଏନେଇ ଡିଏମଇଟି ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ଓଏମୟୁ ସ୍ୱାକ୍ଷର କରାଯିବ ।

ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରତିଷ୍ଠା ହେବାକୁ ଥିବା ନୂଆ ନର୍ସିଂ କଲେଜମାନଙ୍କରେ ସିଡିଏମଓମାନଙ୍କୁ ନୋଡାଲ ଅଧିକାରୀ ଭାବେ ଘୋଷଣା କରାଯାଇଛି । ମୁଖ୍ୟଯନ୍ତ୍ରୀଙ୍କ ପରାମର୍ଶ ନିଆଯିବା ସହିତ ଡିପିଆର ପ୍ରସ୍ତୁତି ଚାଲିଛି । କଳାହାଣ୍ଡିରେ ନର୍ସିଂ କଲେଜ ପ୍ରତିଷ୍ଠା ନେଇ ଯେଉଁ ପ୍ରସ୍ତାବ ଆସିଛି ତାହାକୁ ପରିବର୍ତ୍ତନ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ନର୍ସି ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ନିଟ୍ ପରୀକ୍ଷା ଦେବାକୁ ପଡ଼ିବ । ଏହାକୁ ଆସନ୍ତା ଶିକ୍ଷା ବର୍ଷରୁ ଲାଗୁ କରାଯିବ ।

Get real time updates directly on you device, subscribe now.