fbpx

ଆଜି ପହିଲି ରଜ: ଗାଁଠୁ ସହର ସବୁଠି ଦୋଳିଗୀତର ଗୁଞ୍ଜରଣ, ପିଠାପଣା ଓ ପାନର ମହକରେ ସମସ୍ତେ ମତୁଆଲା

ରଜ ଓଡିଶାର ଏକ ପାରମ୍ପାରିକ ଗଣ ପର୍ବ । ରଜ ସାଧାରଣତଃ ତିନଦିନ ଧରି ପାଳନ କରାଯାଏ । ପହିଲି ରଜ, ରଜ ସଂକ୍ରାନ୍ତି, ଭୂଇଁ ନଅଣ ବା ବସୁମତୀ ସ୍ନାନ । ଏହା ପୂର୍ବରୁ ସଜବାଜ ପାଳନ କରାଯାଇଥାଏ । ଆଜି ରାଜ୍ୟର ପୁରପଲ୍ଲୀରେ ପାଳିତ ହେଉଛି ପହିଲି ରଜ । ଉପକୂଳ ଓଡିଶାରେ ଆଜି ପାଗ ଭଲ ରହିଥିବାରୁ ସମସ୍ତଙ୍କ ମଧ୍ୟରେ ରଜ ପର୍ବ ପାଳନ ଲାଗି ବେଶ୍ ଉତ୍ସାହ ଭରି ରହିଛି ।

ସକାଳୁ ସକାଳୁ ସମସ୍ତେ ନୂଆ ପୋଷାକ ପିନ୍ଧି ପିଠାପଣା ଖାଇ ରଜଦୋଳିର ମଜା ନେଉଥିବାର ଦେଖାଯାଉଛି । ଗାଁଠୁ ସହର ସବୁଠି ରଜ ଉପଲକ୍ଷେ ବିଭିନ୍ନ ସାଂସ୍ଖୃତିକ କାର୍ଯ୍ୟକ୍ରମ ମାନ ଆୟୋଜିତ ହେଉଛି । ଆଜି ବୁଧବାର ହୋଇଥିବାରୁ ଆମିଷ ଦୋକାନରେ ବେଶ୍ ଭିଡ ଦେଖିବାକୁ ମିଳିଛି । ବିଶେଷ କରି ମାଂସ ଦୋକାନରେ ସକାଳୁ ସକାଳୁ ଲୋକଙ୍କ ଧାଡି ଲାଗିଥିବାର ଦେଖିବାକୁ ମିଳିଛି ।

ସହରମାନଙ୍କରେ ବିଭିନ୍ନ ସ୍ଥାନରେ ଏବେ ରଜ ପୋଡପିଠା ସହିତ ଅନ୍ୟାନ୍ୟ ସ୍ୱାଦିଷ୍ଟ ପିଠା ମଧ୍ୟ ଉପଲବ୍ଧ ହେଉଛି । ଏହା ବ୍ୟତିତ ରଜରେ ପାନରେ ବିଶେଷ ମହତ୍ତ୍ୱ ଥିବାରୁ ବିଭିନ୍ନ ବଜାରରେ ଆକର୍ଷଣୀୟ ,ସ୍ୱାଦିଷ୍ଟ ପାନର ପସରା ବି ମେଲିଯାଇଛି । ପାର୍କମାନଙ୍କରେ ରଜଦୋଳି ଲଗାଯାଇ ସମସ୍ତଙ୍କୁ ଏହାର ଆନନ୍ଦ ଉଠାଇବାର ସୁଯୋଗ ଦିଆଯାଉଛି ।

Get real time updates directly on you device, subscribe now.