fbpx
BJD
BJD SKY
BJD SKY

ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ପରଲୋକ: ଭୁବନେଶ୍ୱର ପୌର ନିଗମର ପ୍ରଥମ ମେୟର ଆଉ ନାହାନ୍ତି

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରୁ ଆସିଛି ଏକ ବଡ଼ ଖବର । ରାଜ୍ୟର ଜଣେ ସୁନାମଧନ୍ୟ ଡାକ୍ତର ତଥା ରାଜନେତାଙ୍କର ବିୟୋଗ ଘଟିଛି । ଜଣାଶୁଣା ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱର ପୌର ନିଗମର ପ୍ରଥମ ମେୟର ଶ୍ରୀ ମହାପାତ୍ର ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ଅନ୍ତିମ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ଶ୍ରୀ ମହାପାତ୍ର ଗରିବ ଲୋକଙ୍କ ସେବା କରି ସମସ୍ତଙ୍କ ହୃଦୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ସେଥିପାଇଁ କାହିଁ କେତେ ଦୂରରୁ ତାଙ୍କ ନିକଟକୁ ଅନେକ ରୋଗୀ ଦୌଡ଼ି ଆସୁଥିଲେ । ଏଭଳି ଜଣେ ଜନାଭିମୁଖୀ ଡାକ୍ତରଙ୍କୁ ହରାଇ ଆଜି ଏକ ବଡ଼ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି । ଭୁବନେଶ୍ୱର ପୌର ନିଗମର ପ୍ରଥମ ମେୟର ଭାବେ ଶ୍ରୀ ମହାପାତ୍ର ସୁଚାରୁରୂପେ ନିଜର ଦାୟିତ୍ୱ ତୁଲାଇଥିଲେ । ଶ୍ରୀ ମହାପାତ୍ରଙ୍କୁ ହରାଇ ବହୁ ରାଜନୈତିକ ବ୍ୟକ୍ତି, ପ୍ରଶଂସକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ସହିଦ ନଗର ସ୍ଥିତ ବାସଭବନରେ ଶ୍ରୀ ମହାପାତ୍ର ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଜଣେ ସୁଚିକିତ୍ସକ, ସମାଜସେବୀ ତଥା ରାଜନେତା ଭାବେ ଶ୍ରୀ ମହାପାତ୍ର ଲୋକଙ୍କ ଗହଣରେ ବେଶ୍ ପରିଚିତ ଥିଲେ । ତାଙ୍କର ଧର୍ମପତ୍ନୀ ଡକ୍ଟର ସଂଘମିତ୍ରା ମିଶ୍ର ଓଡ଼ିଶାର ଜଣେ ବିଶିଷ୍ଟ ସାହିତ୍ୟିକା ଭାବେ ବେଶ୍ ପରିଚିତ । ଏଭଳି ଜଣେ ଡାକ୍ତରଙ୍କ ଅଚାନକ ବିୟୋଗକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଶ୍ରୀ ମହାପାତ୍ରଙ୍କ ଭଳି ଜଣେ ଡାକ୍ତର ତଥା ବ୍ୟକ୍ତିତ୍ୱ ଆଜିର ସମାଜରେ ଦେଖିବାକୁ ବିରଳ । ୧୯୯୭ରେ ଶ୍ରୀ ମହାପାତ୍ର ଭୁବନେଶ୍ୱରର ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିଥିଲେ । ତାଙ୍କ ସମୟରେ ବିଏମସି ଗଠନ ହୋଇଥିଲା । ସେ ସହିଦନଗର ସ୍ଥିତ ଜଗନ୍ନାଥ ହସ୍ପିଟାଲର ପ୍ରତିଷ୍ଠାତା ଥିଲେ ।

Get real time updates directly on you device, subscribe now.