fbpx
BSKY
BJD MC SKY
BJD YOUTH SKY

ଲକଡାଉନ୍ ପୂର୍ବରୁ ବଢ଼ିଲା ମଦ ବେପାର: ୮୦ କୋଟିର ମଦ ଦୁଇଦିନରେ ଶେଷ

ଭୁବନେଶ୍ୱର, ୫ା୫ (ଓଡିଶା ଭାସ୍କର): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ମେ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ ଲାଗୁ କରିଥିଲେ । ତେବେ ଲକଡାଉନ ପୂର୍ବରୁ ରାଜ୍ୟବାସୀ ବିଭିନ୍ନ ସାମଗ୍ରୀ ଘରକୁ ବୋହି ନେଇ ଯାଇଛନ୍ତି । ସବୁଠାରୁ ବଡ଼କଥା ହେଉଛି, ଲୋକମାନେ ଆଗୁଆ ୧୪ ଦିନ ପାଇଁ ସାମଗ୍ରୀ ମହଜୁଦ କରି ରଖିଛନ୍ତି । ଏହି ସମୟରେ ମଦ ଦୋକାନ ଆଗରେ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା । ଭୁବନେଶ୍ୱର, କଟକ, ବାଲେଶ୍ୱର, ପୁରୀ ସମେତ ପ୍ରତ୍ୟେକ ସହରମାନଙ୍କରେ ମଦ ପାଇଁ ଲୋକମାନେ ଲମ୍ବା ଲାଇନ୍ ଲଗାଇଥିଲେ ।

ସୂଚନା ଅନୁଯାୟୀ, ଅନ୍ୟ ଦିନମାନଙ୍କରେ ଦୈନିକ ୩୦ କୋଟିର ମଦ ବିକ୍ରି ହେଉଥିବା ବେଳେ ଲକଡାଉନର ଦୁଇଦିନ ପୂର୍ବରୁ ୧୦ କୋଟି ଅଧିକ ବିକ୍ରି ହୋଇଥିଲା । ଦୁଇ ଦିନ ମଧ୍ୟରେ ମୋଟ ୮୦ କୋଟି ଟଙ୍କାର ମଦ ବ୍ୟବସାୟ ହୋଇଥିବା ସୂଚନା ମିଳିଛି । ମଦ କିଣିବା ନେଇ କୌଣସି ପ୍ରତିବନ୍ଧକ ନଥିବାରୁ ଧନୀ, ମଜୁରିଆ ସମସ୍ତେ ସାଇକେଲ ଓ ବାଇକରେ ପେଟି ପେଟି ମଦ କିଣି ନେଇଥିଲେ । ଅନେକ ଚୋରା ବେପାରୀ ବର୍ତ୍ତମାନ ମଦ କିଣିନେଇ ଲକଡାଉନ ସମୟରେ ଚଢ଼ାଦରରେ ବିକ୍ରି କରିବା ଲକ୍ଷ୍ୟରେ ବୋହି ନେଇଥିଲେ । ଦୋକାନ ସମ୍ମୁଖରେ ଭିଡ଼ ଜମିବା ଫଳରେ କୋଭିଡ୍ ନିୟମର ଉଲ୍ଲଂଘନ କରାଯାଇଥିଲା ।

Get real time updates directly on you device, subscribe now.