fbpx

ଦୁଇକ ପଣିକିଆ ପାଇଁ ଭାଙ୍ଗିଲା ବାହାଘର, ମୁର୍ଖସହ ବିବାହ କରିବାକୁ ମନା କଲା କନ୍ୟା

ଉତ୍ତରପ୍ରଦେଶ ୦୫ । ୦୫ (ଓଡ଼ିଶା ଭାସ୍କର) : ଲୋକେ ଏବେ ନିଜ ପିଲାଙ୍କର ବିବାହ ପାଇଁ ଉତ୍ତମ ଶିକ୍ଷାଗତ ଯୋଗ୍ୟତା ସମ୍ପନ୍ନ ପୁଅ ଓ ଝିଅ ଖୋଜୁଛନ୍ତି । ହେଲେ ଜଣେ ମହିଳାଙ୍କ ସ୍ୱାମୀ ଦୁଇକ ପଣିକିଆ କହିନପାରିବରୁ ମହିଳା ଜଣକ ବିବାହ ଭାଙ୍ଗି ଦେଇଛନ୍ତି । ଉତ୍ତରପ୍ରଦେଶର ଏଭଳି ଗୋଟେ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନ ଅନୁସାରେ ଉତ୍ତରପ୍ରଦେଶର ମହୋବାରେ ଜଣେ ମହିଳାଙ୍କୁ ବିବାହ ପାଇଁ ବାର ମଣ୍ଡପରେ ପହଞ୍ଚିଥିଲା । ବିବାହ ପୂର୍ବରୁ କନ୍ୟା ବରକୁ ପରୀକ୍ଷା କରିବାକୁ ପାଇଁ ସ୍ଥିର କରିଥିଲା । ବିବାହ ମଣ୍ଡପରେ ବର କନ୍ୟାକୁ ମାଳା ପିନ୍ଧାଇବା ବିଧି ଆରମ୍ଭ ହେବା ପୂର୍ବରୁ କନ୍ୟା ଦୁଇକ ପଣିକିଆ ଡାକିବାକୁ ପାଇଁ ବରକୁ କହିଲା । ତେବେ ବର ପଣିକିଆ ଡାକି ନ ପାରିବାରୁ କନ୍ୟା ବିବାହ ମଣ୍ଡପରୁ ଉଠି ଆସି ବିବାହ ଭାଙ୍ଗିଗଲା ବୋଲି ମହିଳା ଜଣକ ଘୋଷଣା କଲେ । ଏହାପରେ କନ୍ୟାର ପରିବାର ସଦସ୍ୟମାନେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନଥିଲେ । ମୌଳିକ ଶିକ୍ଷାଗତ ଯୋଗ୍ୟତା ନ ଥିବା ଜଣେ ବ୍ୟକ୍ତିକୁ କିଭଳି ଜୀବନ ସାଥୀ ଭାବେ ବାଛିବ ବୋଲି କନ୍ୟା ସେଠି ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ପ୍ରଶ୍ନ କରିଥିଲେ ।

ସେପଟେ କନ୍ୟାର ଜଣେ ସମ୍ପର୍କୀୟ କହିଛନ୍ତି ‘ବରର ପରିବାର ଲୋକେ ତାଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଆମକୁ ଅନ୍ଧାରରେ ରଖିଥିଲେ । ସେମାନେ ଆମକୁ ଠକିଛନ୍ତି । ମିଳିଥିବା ଖବର ଅନୁସାରେ ଉଭୟ ପକ୍ଷ ପରସ୍ପରଠାରୁ ପାଇଥିବା ଉପହାର ଫେରାଇ ଦେଇ ନିଜ ନିଜ ମଧ୍ୟରେ ମାମଲାର ସାମଧାନ କରିଛନ୍ତି ।

 

Get real time updates directly on you device, subscribe now.