fbpx
BJD SKY
BJD SKY

ତିନି ଚାଷୀ ଆଇନ ଉଚ୍ଛେଦକୁ ନେଇ ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ ବିଜୟ ଯାତ୍ରା ପାଳନ, ଚାରି ଶ୍ରମ କୋଡ ପ୍ରତ୍ୟାହାର ନେଇ କରିଛନ୍ତି ଦାବି

BJD

ଦିଲ୍ଲୀରେ ଚାଷୀମାନଙ୍କ ଆନ୍ଦୋଳନକୁ ଏକ ବର୍ଷ ପରେ ତିନୋଟି କୃଷି ଆଇନକୁ ପ୍ରଧାନମନ୍ତ୍ରୀ ଉଚ୍ଛେଦ କରିଛନ୍ତି । ଏହି ପରିପେକ୍ଷୀରେ ସାରା ଭାରତବର୍ଷରେ ଚାଷୀ ମାନେ ବିଜୟ ଯାତ୍ରା ପାଳନ କରିଥିବା ବେଳେ ଆଜି କେନ୍ଦୁଝର ଜିଲ୍ଳାରେ ମଧ୍ୟ ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ ବହୁ ଚାଷୀ ବିଜୟ ଯାତ୍ରାରେ ସାମିଲ ହୋଇଥିଲେ । ଆନ୍ଦୋଳନ ଯୋଗୁଁ ମୃତ୍ୟୁବରଣ କରିଥିବା ୭୦୦ ଚାଷୀମାନଙ୍କ ପରିବାରକୁ କ୍ଷତିପୂରଣ ଓ ଥଇଥାନ ଦାବୀ କରିବା, ସମସ୍ତ କୃଷିଜାତ ଦ୍ରବ୍ୟର ଏମଏସପି କୁ ଆଇନଗତ କରିବା, ଶ୍ରମିକ ବିରୋଧୀ ଚାରୋଟି ଶ୍ରମ କୋଡ କୁ ପ୍ରତ୍ୟାହାର କରିବା, ବିଦ୍ୟୁତ ସଂଶୋଧନ ବିଲ୍ ୨୦୨୧ କୁ ବାତିଲ କରିବା ଦାବିରେ ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ସମାବେଶ କୁ ଓଡିଶା ମଧ୍ୟାହ୍ନ ପାଚିକା ସହାୟିକା ସଂଘ, ବାମପନ୍ଥି ଦଳ ସମର୍ଥନ କରିଥିଲେ ।

Get real time updates directly on you device, subscribe now.