fbpx

ମଦଭାଟି ସ୍ଥାନାନ୍ତର ଦାବିରେ ଜିଲ୍ଲା ପ୍ରଶାସନକୁ ସ୍ମାରକ ପତ୍ର  

ଯୋଡ଼ା ବ୍ଲକ ଅନ୍ତର୍ଗତ ଭଦ୍ରାସାହି ଗ୍ରାମପଞ୍ଚାୟତର ୧ନମ୍ବର ୱାର୍ଡ ଅନ୍ତର୍ଗତ ନନ୍ଦ ହଟିଙ୍ଗଠାରେ ଥିବା ସରକାରୀ ମଦ ଭାଟିକୁ ଉଛେଦ ଦାବିରେ ଭଦ୍ରାସାହି ପଞ୍ଚାୟତବାସୀଙ୍କ ପକ୍ଷରୁ କେନ୍ଦୁଝର ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି  ।

ପଞ୍ଚାୟତବାସୀଙ୍କ ଅଭିଯୋଗ ଭଦ୍ରାସାହି ଗ୍ରାମପଞ୍ଚାୟତର ନନ୍ଦହଟିଙ୍ଗ ଠାରେ ଥିବା ମଦଭାଟି ଯୋଗୁଁ ସ୍ଥାନୀୟ ବିଜୁ ହଟିଙ୍ଗ, ଆଜାଦ ବସ୍ତି ଅଞ୍ଚଳର ବାତାବରଣ ଖରାପ ହେବା ସହିତ ଅନେକ ସମୟରେ ଅପ୍ରୀତକର ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି  । ମଦଭାଟି ରୁ ନିର୍ଗତ ହେଉଥିବା ଦୁର୍ଗନ୍ଧ ଯୋଗୁଁ ଅଞ୍ଚଳବାସୀ ଅଣନିଶ୍ୱାସୀ ହୋଇପଡୁଥିବା ଅଭିଯୋଗ ହୋଇଛି  । ତେବେ ଏ ବିଷୟରେ ଭଦ୍ରାସାହି ସରପଞ୍ଚ କସ୍ତୁରୀ ଓରାମଙ୍କୁ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ପଞ୍ଚାୟତ ବାସୀ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିବା ପ୍ରକାଶ କରିଛନ୍ତି  । ଭଦ୍ରାସାହି ବାସିନ୍ଦା ପୁରୁଷୋତ୍ତମ ବାରିକ୍ ଙ୍କ ନେତୃତ୍ୱରେ ହୋଇଥିବା ଅଭିଯାନରେ ଇନ୍ଦ୍ରଜିତ ବାରିକ୍, ପ୍ରଦୀପ ବାରିକ୍, ଅଳକା ସଏ, ଓ ଦମୟନ୍ତୀ ବାରିକ୍ ପ୍ରମୁଖ ସାମିଲ ହୋଇଥିଲେ  ।

Get real time updates directly on you device, subscribe now.