fbpx

ପୋଲିସ ଡିଜିଙ୍କ ସହ ନିର୍ବାଚନ କମିଶନଙ୍କ ବୈଠକ ଶେଷ: କୋଭିଡ ନିୟମ ତଦାରଖ କରିବେ ନୋଡାଲ ଅଫିସର, ସୂଚନା ଦେଲେ ପୋଲିସ୍ ଡିଜି

ରାଜ୍ୟରେ ଆସନ୍ତା ଫେବୃଆରୀରେ ହେବାକୁ ଥିବା ପଞ୍ଚାୟତ ପାଇଁ ପୋଲିସ ଡିଜିଙ୍କ ସହ ବୈଠକ ଅନୁଷ୍ଠିିତ ହୋଇଥିଲା । ପଞ୍ଚାୟତ ନିର୍ବାଚନ ପାଇଁ ଆଇନଶଙ୍ଖଳା ଓ କୋଭିଡ ପ୍ରୋଟୋକଲ ପାଳନ ନେଇ ଆଲୋଚନା ହୋଇଥିଲା ଏହି ବୈଠକରେ ।

ନିର୍ବାଚନ କମିଶନଙ୍କ ସହ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ୍ ଡିଜି ସୁନୀଲ ବଂଶଲ । ପୋଲିସ ଡିଜି କହିଛନ୍ତି ପଞ୍ଚାୟତ ନିର୍ବାଚନ ଆମ ପାଇଁ ସ୍ୱତନ୍ତ୍ର, କୋଭିଡ କଟକଣାରେ ନର୍ବାଚନ ଏକ ଆହ୍ୱାନ । ନିର୍ବାଚନ ସମୟରେ ଆଇନଶୃଙ୍ଖଳା ଓ କୋଭିଡ୍ ପ୍ରୋଟୋକଲ ଯେପରି ସଠିକ୍ ଭାବରେ ପାଳନ ହେବ ସେନେଇ ଆଲୋଚନା ହୋଇଛି । ସେ କହିଛନ୍ତି କୋଭିଡ ନିୟମ ତଦାରଖ ନେଇ ନୋଡାଲ ଅଫିସର ନିଯୁକ୍ତ ହେବେ, ପ୍ରତି ଜିଲ୍ଲାରେ ଜଣେ ଲେଖାଏଁ ନୋଡାଲ ଅଫିସର ନିଯୁକ୍ତ ହେବେ । ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଓଡ଼ିଶା ପୋଲିସର ଯୋଗଦାନ ରହିବ । ସ୍ଥିତି ଦେଖି କେତେ ପୋଲିସ୍ ମୁତୟନ ହେବେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ । ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଛି ।

ସୂଚନାଯୋଗ୍ୟ ଯେ, ଗତ ୧୩ ତାରିଖରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି ଏନେଇ ପୂର୍ବରୁ ଘୋଷଣା କରିଥିବା ବେଳେ ସରପଞ୍ଚ, ସମିତି ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ରାଜ୍ୟରେ ଆସନ୍ତା ଫେବୃଆରୀ ୧୬ ତାରିଖରୁ ମୋଟ ୫ଟି ପର୍ୟ୍ୟାୟରେ ଭୋଟ ଗ୍ରହଣ କରାଯିବ । ଆସନ୍ତା ୧୭ରୁ ୨୧ ମଧ୍ୟରେ ନାମାଙ୍କନପତ୍ର ଦାଖଲ, ୨୨ରେ ଯାଞ୍ଚ, ୨୫ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ୨୫ରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ବୋଲି କୁହାଯାଇଛି ।

ସେପଟେ ଶନିବାର ୧୦୭ ପୌରପରିଷଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ଏହି ବିଜ୍ଞପ୍ତି ଅନୁଯାୟୀ ସଂରକ୍ଷଣ ତାଲିକା ନେଇ କୌଣସି ଆପତ୍ତି ଅଭିଯୋଗ ଥିଲେ ୧୫ ଦିନ ମଧ୍ୟରେ ଜଣାଇବେ । ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିପାରିବେ ବୋଲି ବିଜ୍ଞପ୍ତି ପ୍ରକାଶିତ ।

Get real time updates directly on you device, subscribe now.