fbpx
BJD SKY
BJD SKY

ରାଜନୀତିକ ଚାନ୍ଦା ଉପରେ ନିର୍ବାଚନ ଆୟୋଗଙ୍କ ଅଙ୍କୁଶ: ନଗଦ ଉପରେ ରହିବ ନିୟନ୍ତ୍ରଣ

BJD

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ରାଜନୀତିକ ଦଳଙ୍କ ପାଇଁ ନଗଦ ଚାନ୍ଦାର ସୀମା ୨୦ ହଜାର ଟଙ୍କାରୁ କମାଇ ୨ ହଜାର ଟଙ୍କା କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏହା ସହ ସମୁଦାୟ ନଗଦ ସୀମା ୨୦ ପ୍ରତିଶତ କିମ୍ବା ୨୦ କୋଟି ଟଙ୍କା ମଧ୍ୟରେ ସୀମିତ କରିବା ନେଇ କହିଛନ୍ତି । ଏହାର ଉଦ୍ଦେଶ୍ୟ ନିର୍ବାଚନୀ ଚାନ୍ଦାକୁ କଳାଧନ ମୁକ୍ତ କରିବା ରହିଛି ।

କୁହାଯାଉଛି ଯେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଏନେଇ ନେଇ କେନ୍ଦ୍ର ଆଇନ୍ ମନ୍ତ୍ରୀ କିରନ ରିଜୀଜୁଙ୍କୁ ପତ୍ର ଲେଖିଛନ୍ତି । ଆୟୋଗଙ୍କ ସୁପାରିଶର ଉଦ୍ଦେଶ୍ୟ ରାଜନୀତିକ ଦଳଙ୍କୁ ମିଳୁଥିବା ଚାନ୍ଦା ବ୍ୟବସ୍ଥାରେ ସୁଧାର ଏବଂ ପାରଦର୍ଶିତା ଆଣିବା ।

ବର୍ତ୍ତମାନର ନିୟମ ଅନୂଯାୟୀ, ରାଜନୀତିକ ଦଳଙ୍କୁ ୨୦ ହଜାର ଟଙ୍କାରୁ ଉପରେ ସବୁ ଚାନ୍ଦାର ତଥ୍ୟ ଦେବାକୁ ହୋଇଥାଏ ଏବଂ ଆୟୋଗ ସମ୍ମୁଖରେ ଏହାକୁ ନେଇ ରିପୋର୍ଟ ଦେବାକୁ ପଡ଼ିଥାଏ । କୁହାଯାଉଛି ଯେ ଯଦି ଆୟୋଗଙ୍କ ଏହି ପ୍ରସ୍ତାବୁ ଆଇନ ମନ୍ତ୍ରାଳୟ ମଞ୍ଜୁରୀ ମିଳୁଛି ତେବେ ୨୦୦୦ ଟଙ୍କାରୁ ଅଧିକ ସବୁ ଚାନ୍ଦା ବିଷୟରେ ରାଜନୀତିକ ଦଳଙ୍କୁ ସୂଚନା ଦେବାକୁ ହେବ, ଯାହାଦ୍ୱାରା ପାରଦର୍ଶିତା ବଢ଼ିବ ।

ଆୟୋଗ ନିଜ ସୁପାରିଶରେ କହିଛନ୍ତି ଯେ କୌଣସି ରାଜନୀତିକ ଦଳଙ୍କୁ ମିଳିଥିବା ସମୁଦାୟ ଚାନ୍ଦାରେ ନଗଦ ଅଧିକାଂଶ ୨୦ ପ୍ରତିଶତ  କିମ୍ବା ୨୦ କୋଟି ଟଙ୍କା ହେବା ଦରକାର । ଏହା ସହ ନିର୍ବାଚନୀ ଖର୍ଚ୍ଚର ତାଲିକାରେ ଏହାର ସୂଚନା ମଧ୍ୟ ଦିଆଯାଉ ।

Get real time updates directly on you device, subscribe now.