fbpx

ନିର୍ବାଚନ କମିଶନଙ୍କ ବଡ ଘୋଷଣା, ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂକୁ ନେଇ ନେଲେ ଏହି ବଡ ନିଷ୍ପତ୍ତି

Advertisement

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂକୁ ନେଇ ନିର୍ବାଚନ କମିଶନ ବଡ ପଦକ୍ଷେପ ନେଇଛନ୍ତି । ନିର୍ବାଚନ ଆୟୋଗ ସମସ୍ତ ରାଜ୍ୟ ସରକାରଙ୍କୁ ଏହା ସୁନିଶ୍ଚିତ କରିବାକୁ କହିଛନ୍ତି କି ଯେଉଁ ଅଧିକାରୀଙ୍କୁ ୩ ବର୍ଷ ପୂରଣ କରିବା ପରେ ଜିଲ୍ଲା ବାହାରକୁ ସ୍ଥାନାନ୍ତରୀତ କରାଯାଉଛି ସେମାନଙ୍କୁ ସେହି ସଂସଦୀୟ କ୍ଷେତ୍ରର କୌଣସି ଅନ୍ୟ ଜିଲ୍ଲାରେ ନିଯୁକ୍ତ କରା ନ ଯାଉ ।

ବିଭିନ୍ନ ସରକାରୀ ନିର୍ଦ୍ଦେଶନାମାର ଦୂର୍ବଳତାକୁ ଉପଲବ୍ଧ କରି ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି କି ସେହି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ଛାଡି (ଯେଉଁଥିରେ ୨ଟି ସଂସଦୀୟ ନିର୍ବାଚନ କ୍ଷେତ୍ର ସାମିଲ ରହିଛି) ଅନ୍ୟ ସମସ୍ତ ରାଜ୍ୟ ଏହା ସୁନିଶ୍ଚିତ କରିବେ କି ଯେଉଁ ଅଧିକାରୀମାନଙ୍କୁ ଜିଲ୍ଲା ବାହାରକୁ ସ୍ଥାନାନ୍ତରୀତ କରାଯାଇଛି ସେମାନଙ୍କୁ ସେହି ସଂସଦୀୟ ନିର୍ବାଚନ କ୍ଷେତ୍ରରେ ନିଯୁକ୍ତ କରା ନ ଯାଉ ।

ଏଠାରେ ସୂଚାଇ ଦିଆଯାଇପାରେ କି ନିର୍ବାଚନ କମିଶନ ନୀତି ଅନୁସାରେ ସେହି ସମସ୍ତ ଅଧିକାରୀଙ୍କୁ ସ୍ଥାନାନ୍ତରଣ କରିବାର ନିର୍ଦ୍ଦେଶ ଦିଆଯାଇଛି ଯେଉଁମାନେ ନିଜ ଗୃହ ଜିଲ୍ଲାରେ ନିଯୁକ୍ତ ଥିଲେ କିମ୍ବା ଗୋଟିଏ ସ୍ଥାନରେ ୩ ବର୍ଷ ପୂରଣ କରି ସାରିଛନ୍ତି । ଏମାନଙ୍କ ମଧ୍ୟରେ ସେହି ଅଧିକାରୀ ସାମିଲ ଅଛନ୍ତି ଯେଉଁମାନେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ କୌଣସି ବି ପ୍ରକାରରେ ନିର୍ବାଚନ କାର୍ଯ୍ୟ ସହ ଜଡିତ । ନିର୍ବାଚନକୁ ନିଃଷ୍ପକ୍ଷ କରିବା ଲାଗି ନିର୍ବାଚନ ଆୟୋଗଙ୍କର ଶୂନ ସହନଶୀଳ ନୀତି ରହିଛି ।

Get real time updates directly on you device, subscribe now.