fbpx

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ମହିଳା ପ୍ରାର୍ଥୀଙ୍କ ଅଗୋଚରରେ ନାମାଙ୍କନପତ୍ର ଦାଖଲ, ୨ ଜଣଙ୍କ ନାଁରେ ଥାନାରେ ଏତଲା

ଧାମନଗର, (ଭାସ୍କର ନ୍ୟୁଜ୍‌) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ପଞ୍ଚାୟତର କରୋନା କଟକଣା ମଧ୍ୟରେ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଥିବାବେଳେ ପ୍ରାର୍ଥୀମାନେ ବିଜୟ ପାଇଁ ରଣକୌଶଳ ମଧ୍ୟ ଆରମ୍ଭ କରିଦେଇଛନ୍ତି । ପଞ୍ଚାୟତରେ ଏକାଧିକ ପ୍ରାର୍ଥୀ ଥିବାବେଳେ ଅଧିକ ପ୍ରାର୍ଥୀରଖି ଭୋଟର ମାନଙ୍କୁ ଭକୁଆ କରିବା ପାଇଁ ବିଭିନ୍ନ ପ୍ରଥା ଅବଲମ୍ବନ କରିଛନ୍ତି । ଯାହାର ଏକ ଜଳନ୍ତ ଉଦାହରଣ ଧାମନଗର ବ୍ଲକ ନଦୀଗାଁ ପଞ୍ଚାୟତରେ ଦେଖିବାକୁ ମିଳିଛି । ସୂଚନାଥାଉକି ଜଣେ ସରଳ ମହିଳା ଅନୁସୟା ମଳିକ(୩୦) ସ୍ୱାମୀ ଅନନ୍ତ ମଳିକ ପ୍ରାର୍ଥୀପତ୍ର ଦାଖଲ ନକରି ସରପଞ୍ଚ ପ୍ରାର୍ଥୀନୀ ଭାବେ ଚୁଡ଼ାନ୍ତ ତାଲିକାରେ ନାମଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶଯେ ନଦୀଗାଁ ପଞ୍ଚାୟତର ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ବିଜେପିର କର୍ମକର୍ତା ଅଟନ୍ତି । କାଳିଆ ଯୋଜନାରେ ଅର୍ଥ ଆସିବା ପାଇଁ ମିଥ୍ୟାପ୍ରତିଶୃତି ଦେଇ ଏ ଦୁଇଜଣ ଚଞ୍ଚକତାପୂର୍ବକ ଅନୁସୟା ମଳିକଙ୍କ ଠାରୁ କାଗଜରେ ଦସ୍ତଖତ କରାଇ ନଦୀ ଗାଁ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ପଞ୍ଚାୟତ କାନ୍ଥରେ ମରାଯାଇଥିବା ଚୁଡ଼ାନ୍ତ ପ୍ରାର୍ଥୀତାଲିକା ନୋଟିସ୍‌ରେ ନାମ ଓ ନିର୍ବାଚନ ସଙ୍କେତ ଖୋଲାବହି ଚିହ୍ନ ଥିବା ଦେଖି ଅନୁସୟା ସମ୍ପୃକ୍ତ ଦୁଇଜଣ ପ୍ରସ୍ତାବକ ଓ ସମର୍ଥକଙ୍କ ବିରୋଧରେ ଧୂଷୁରୀ ଥାନାରେ ଏତଲା ଦେଇଛନ୍ତି । ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ସମ୍ପର୍କରେ ଧୂଷୁରୀ ପୋଲିସ ଘଟଣାର ତଦନ୍ତ କରିବା ସହିତ ନିର୍ବାଚନ ଅଧିକାରୀଙ୍କ ସହିତ ଆଲୋଚନା ପରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି ତଦନ୍ତକାରୀ ଅଧିକାରୀ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.