fbpx

ତ୍ରିପୁରା ନିର୍ବାଚନ; ୬୦ଟି ବିଧାନସଭା ଆସନ ପାଇଁ ମତଦାନ ପ୍ରକ୍ରିୟା ଆରମ୍ଭ, ଭୋଟ ପାଇଁ ମୋଦି ଓ ଅମିତ୍ ଶାହାଙ୍କ ଆହ୍ୱାନ୍‌

ନୂଆଦିଲ୍ଲୀ : ଗୁରୁବାର ସକାଳୁ ତ୍ରିପୁରାରେ ବିଧାନସଭା ନିର୍ବାଚନ ଆରମ୍ଭ ହୋଇଛି । ୬୦ ସଦସ୍ୟ ବିଶିଷ୍ଟ ତ୍ରିପୁରା ବିଧାନସଭା ଆସନ ପାଇଁ ମତଦାନ ପ୍ରକ୍ରିୟା ଚାଲିଛି । ସକାଳ ୭ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ । ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ କରିବା ପାଇଁ ନିର୍ବାଚନ ଆୟୋଗ ଦ୍ୱାରା ପ୍ରସ୍ତୁତି କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଜି. କିରଣକୁମାର ଦିନାକାରୋ କହିଛନ୍ତି ଯେ କଡା ସୁରକ୍ଷା ମଧ୍ୟରେ ୩,୩୩୭ କେନ୍ଦ୍ରରେ ମତଦାନ ଚାଲିଛି । ସେଥିମଧ୍ୟରୁ ୧୧୦୦ ମତଦାନ କେନ୍ଦ୍ର ସମ୍ବେଦନଶୀଳ ରହିଛି ।

ବିଜେପି ୫୫ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଏହାର ସହଯୋଗୀ ଆଇପିଏଫଟି ୬ଟି ଆସନରେ ପ୍ରାର୍ଥୀ ରଖିଥିବା ବେଳେ ଗୋଟିଏ ସିଟ୍ ରେ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ହେବ। ଭାରତୀୟ କମ୍ୟୁନିଟି ପାର୍ଟି ୪୭ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଏହାର ସହଯୋଗୀ ଦଳ କଂଗ୍ରେସ ୧୩ ଟି ଆସନ ଆସନ ପାଇଁ ନିର୍ବାଚନ ଲଢୁଛି । ଟିପରା ମୋଥା ୪୨ ଟି ଆସନ ପାଇଁ ପ୍ରାର୍ଥୀ ଦେଇଥିବା ବେଳେ ତୃଣମୂଳ କଂଗ୍ରେସ ୨୮ଟି ଆସନ ପାଇଁ ପ୍ରାର୍ଥୀ ଦେଇଛି । ସେହିପରି ୫୮ ଜଣ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି। ରାଜ୍ୟରେ ଶାସକ ବିଜେପି ସର୍ବାଧିକ ୧୨ ଜଣ ମହିଳା ପ୍ରାର୍ଥୀ ଦେଇଛି। ମୋଟ ୨୦ ଜଣ ମହିଳା ପ୍ରାର୍ଥୀଙ୍କ ସମେତ ମୋଟ ୨୫୯ ଜଣ ପ୍ରାର୍ଥୀ ନର୍ବାଚନ ଲଢୁଛନ୍ତି ।

ଗଣ୍ଡୋଗଳ ପରିସ୍ଥିତିକୁ ନଜରରେ ରଖଯାଇ ସବୁ ସ୍ଥାନରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ଏହା ସହ ବିବାଦୀୟ ମତଦାନ କେନ୍ଦ୍ର ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡା କରାଯାଇଛି ।

ଭୋଟରଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ନିବେଦନ
ତ୍ରିପୁରାର ଲୋକଙ୍କୁ ରେକର୍ଡ ସଂଖ୍ୟାରେ ଭୋଟ୍ ଦେବାକୁ ଏବଂ ଗଣତନ୍ତ୍ରର ପର୍ବକୁ ସୁଦୃଢ କରିବାକୁ ଯୁବପିଢୀଙ୍କୁ ମତଦାନ କରିବାକୁ ଆହ୍ୱନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ।

ଭୋଟ୍ ଦେବାକୁ ଅମିତ ଶାହାଙ୍କ ନିବେଦନ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜନସାଧାରଣଙ୍କୁ ଭୋଟ୍ ଦେବାକୁ ନିବେଦନ କରି କହିଛନ୍ତି । ତ୍ରିପୁରାର ଏକ ବିକାଶମୂଳକ ସରକାର ଗଠନ ପାଇଁ ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି ।

ମୁଖ୍ୟ ପ୍ରାର୍ଥୀଙ୍କ ଉପରେ ଲୋକଙ୍କ ନଜର
ମୁଖ୍ୟମନ୍ତ୍ରୀ ମାଣିକ ସାହା କେବଳ ଟାଉନ ବାର୍ଡୋୱାଲି ଆସନରୁ ନିର୍ବାଚନ ଲଢୁଛନ୍ତି । ସେହିପରି କେନ୍ଦ୍ର ମନ୍ତ୍ରୀ ପ୍ରତୀମା ଭୌମିକ ଧନପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ତ୍ରିପୁରାରେ ମତଦାନ ଫଳାଫଳ ମାର୍ଚ୍ଚ ୨ରେ ପ୍ରକାଶ ପାଇବ ।

ମତଦାନ କେନ୍ଦ୍ର ବାହାରେ ଧାଡି
ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ମତଦାନ ବୁଥ ବାହାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ମହିଳା ଏବଂ ବୟସ୍କମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଯାଉଛି ।

Get real time updates directly on you device, subscribe now.