fbpx
BJD SKY
BJD SKY

ଭୋଟିଂ ପରେ ଇଲେକ୍ଟ୍ରିକ୍ ସ୍କୁଟର ବ୍ୟାନ୍ ! ୧ ସେପ୍ଟେମ୍ବରରୁ ଆଉ ଗଡିବନି ଇଲେକ୍ଟ୍ରିକ୍ ସ୍କୁଟର

BJD

ନୂଆଦିଲ୍ଲୀ : ଇଲେକ୍ଟ୍ରିକ୍ ସ୍କୁଟର ଗୁଡିକର ଚାହିଦା ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଅନେକ ଦେଶର ସରକାର ଇଲେକ୍ଟ୍ରିକ୍ ଯାନ ବ୍ୟବହାରକୁ ପ୍ରୋତ୍ସାହିତ କରିବାକୁ ଆଗେଇ ଆସୁଛନ୍ତି । ଦୁନିଆରେ ମଧ୍ୟ ଏପରି ଏକ ଦେଶ ଅଛି ଯେଉଁଠାରେ ଇଲେକ୍ଟ୍ରିକ୍ ସ୍କୁଟର
ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ସେପ୍ଟେମ୍ବର ୧ ରେ ପ୍ୟାରିସ୍ ଇଲେକ୍ଟ୍ରିକ୍ ସ୍କୁଟର ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ସୂଚନା ମିଳିଛି । ଫ୍ରାନ୍ସର ରାଜଧାନୀ ମେୟର କହିଛନ୍ତି ଯେ ଜନସାଧାରଣଙ୍କ ଭୋଟିଂ ପରେ ଏହି ନିଷ୍ପିତି ନିଆଯାଇଛି ।

ବାସ୍ତବରେ, ପ୍ୟାରିସରେ ଇଲେକ୍ଟ୍ରିକ୍ ସ୍କୁଟର ଭଡା କରିବାର ଏକ ଧାରା ଅଛି । ବର୍ତ୍ତମାନ ଏଠାକାର ଲୋକମାନେ ଏହି ସ୍କୁଟରଗୁଡ଼ିକୁ ରାସ୍ତାରୁ ହଟାଇବାକୁ ଭୋଟ୍ ଦେଇଛନ୍ତି, ଯାହା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥି ସହିତ, ଇ-ସ୍କୁଟର ଅପରେଟରମାନେ ଆଶା କରୁଛନ୍ତି ଯେ ସରକାର ଏହି ନିଷ୍ପତ୍ତି ବଦଳାଇ ଏକ ନୂତନ ଯୋଜନା କାର‌୍ୟ୍ୟକାରୀ କରିବେ। ସିଟି ହଲ୍ ଟ୍ୱିଟର ଆକାଉଣ୍ଟ ଅନୁଯାୟୀ ୮୯% ଲୋକ ଇ-ସ୍କୁଟର ଉପରେ ପ୍ରତିବନ୍ଧକ ଲଗାଇବାକୁ ଭୋଟ୍ ଦେଇଛନ୍ତି।

ଫ୍ରାନ୍ସର ରାଜଧାନୀରେ ଇ-ସ୍କୁଟର ଦ୍ୱାରା ଆହତ ଓ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ହେବାକୁ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମତଦାନ କରାଯାଇଥିଲା । ସହରର ୧.୩୮ ନିୟୁତ ଲୋକଙ୍କ ମଧ୍ୟରୁ କେବଳ ୧,୦୩,୦୦୦ ମତଦାନରେ ଅଂଶଗ୍ରହଣ କରିଥିଲେ ଏବଂ ଏଥିମଧ୍ୟରୁ ୯୧,୩୦୦ ରୁ ଅଧିକ ଲୋକ ଇଲେକ୍ଟ୍ରିକ୍ ସ୍କୁଟର ଉପରେ ପ୍ରତିବନ୍ଧକ ଲଗାଇ ସପକ୍ଷରେ ମତ ଦେଇଥିଲେ। ଏହି ଭୋଟ୍ ପାଇଁ ସହରର ଅନେକ ସ୍ଥାନରେ ବାଲାଟ୍ ବକ୍ସ ଲଗାଯାଇଥିଲା ଯେଉଁଥିରେ ଲୋକମାନେ ସେମାନଙ୍କର ଭୋଟ୍ ପଞ୍ଜିକରଣ କରିଥିଲେ ।

୧୦ ମିନିଟର ଭଡା ୪୫୦ ଟଙ୍କା: ପ୍ୟାରିସରେ ଏହି ଇଲେକ୍ଟ୍ରିକ୍ ସ୍କୁଟରଗୁଡିକର ଭଡା ମଧ୍ୟ ବହୁତ ମହଙ୍ଗା । ବେସରକାରୀ ଅପରେଟରମାନେ ଏହି ସ୍କୁଟରଗୁଡ଼ିକୁ ଚଲାଇବା ପାଇଁ ମାତ୍ର ୧୦ ମିନିଟ୍ ପାଇଁ ପାଞ୍ଚ ୟୁରୋ ପର‌୍ୟ୍ୟନ୍ତ ଚାର୍ଜ କରନ୍ତି, ଯାହା ଭାରତୀୟ ମୁଦ୍ରାରେ ରୂପାନ୍ତରିତ ହେଲେ ପ୍ରାୟ ୪୫୦ ଟଙ୍କା ହେବ ।

Get real time updates directly on you device, subscribe now.