fbpx

PlayBoy ମାଗାଜିନର କଭର ପେଜରେ ଫ୍ରାନ୍ସ ମନ୍ତ୍ରୀଙ୍କ ବିବାଦ ଉପରେ ମୁହଁ ଖୋଲିଲେ ମନ୍ତ୍ରୀ କହିଲେ, ମହିଳାମାନେ ନିଜ ଶରୀର ସହିତ …

ନୂଆଦିଲ୍ଲୀ : ଫ୍ରାନ୍ସ ସରକାରରେ ସାମାଜିକ ଅର୍ଥନୀତି ମନ୍ତ୍ରଣାଳୟ ପରିଚାଳନା କରୁଥିବା ମର୍ଲେନ୍ ସ୍କିଆପା ଏକ ବଡ ବିବାଦରେ ଛନ୍ଦି ହୋଇଛନ୍ତି। ବାସ୍ତବରେ ସେ ‘ପ୍ଲେ-ବଏ’ ପତ୍ରିକାର କଭର ପେଜ ପାଇଁ ଏକ ଫଟୋ ଉଠାଇଛନ୍ତି, ଯାହା ପରେ ଉତ୍ତେଜନା ଦେଖାଦେଇଛି । କେବଳ ତାଙ୍କ ବିରୋଧୀ ନୁହଁନ୍ତି ତାଙ୍କ ସହଯୋଗୀମାନେ ମଧ୍ୟ ତାଙ୍କ ଉପରେ ଏହି କଥାକୁ ନେଇ ବର୍ଷିଛନ୍ତି ।

ସେ ପ୍ଲେ-ବଗି ପତ୍ରିକାର ଏପ୍ରିଲ୍ ମାସ ପାଇଁ ଏକ ଫଟୋସୁଟ କରିଥିଲେ । ଏହି କଭର ଫଟୋ ପତ୍ରିକାର ଫରାସୀ ଭାଷା ସଂସ୍କରଣ ପାଇଁ ଥିଲା । ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ନ ମଧ୍ୟ ସ୍କିଆପା ଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ତାଙ୍କ ନିଷ୍ପତ୍ତି ଠିକ ନୁହେଁ। ବିଶେଷ କରି ବର୍ତ୍ତମାନ ସମୟରେ ଏହା ତାଙ୍କୁ କରିବାର ନଥିଲା ।

ଗ୍ରୀନ ପାର୍ଟିର ସାଂସଦ ସାଣ୍ଡ୍ରିନ୍ ରୋସୋ ମଧ୍ୟ ଫଟୋ ସୁଟ୍ କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ଏକ ଟିଭି ଚ୍ୟାନେଲକୁ କହିଛନ୍ତି, ‘ମହିଳାମାନେ ନିଜ ଶରୀରକୁ ଯେକୌଣସି ସ୍ଥାନରେ ଦେଖାଇ ପାରିବେ, ମୋର ଏଥିରେ କୌଣସି ଅସୁବିଧା ନାହିଁ, କିନ୍ତୁ ଏକ ସାମାଜିକ ପରିସ୍ଥିତି ମଧ୍ୟ ଅଛି। ‘

ସୂଚନାମୁତାବକ ଗତ କିଛି ସପ୍ତାହ ମଧ୍ୟରେ ଫ୍ରାନ୍ସରେ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଉଛି। ଶ୍ରମିକ ସଂଗଠନ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ପ୍ରସ୍ତାବିତ ପେନ୍ସନ୍ ସଂସ୍କାର ଯୋଜନାକୁ ବିରୋଧ କରୁଛନ୍ତି, ଯେଉଁଥିରେ ଅବସର ବୟସକୁ ଦୁଇ ବର୍ଷ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି।

ତେବେ ସମସ୍ତ ବିରୋଧ ମଧ୍ୟରେ ସ୍କିଆପା ତାଙ୍କ ନିଷ୍ପତ୍ତିକୁ ଯଥାର୍ଥ ବୋଲି କହିଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି, ‘ମହିଳାମାନେ ନିଜ ଶରୀର ସହିତ ଯାହା ଚାହାଁନ୍ତି ତାହା କରିବାର ଅଧିକାରକୁ ମୁଁ ସମର୍ଥନ କରେ। ସବୁ ଜାଗାରେ ଏବଂ ପ୍ରତ୍ୟେକ ଥର ମୁଁ ଏହାକୁ ସମର୍ଥନ କରେ ବୋଲି ସେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.