fbpx
BSKY SKY
BSKY SKY

ବିଦ୍ୟୁତ୍ ବିଲକୁ ନେଇ ଚିନ୍ତିତ କି ? ମିଟରରେ ଫିଟ୍ କରନ୍ତୁ ଏହି ୨୦୦ ଟଙ୍କିଆ ଡିଭାଇସ୍, ଅଧାରୁ କମ୍ ହୋଇଯିବ ବିଲ୍

BSKY

ନୂଆଦିଲ୍ଲୀ: ଖରା ଓ ବର୍ଷା ଦିନରେ ବିଦ୍ୟୁତର ବ୍ୟବହାର ବଢିଯାଏ । ଖରା ଦିନ ବ୍ୟତୀତ ବର୍ଷା ଦିନରେ ମଧ୍ୟ ACର ବହୁଳ ବ୍ୟବହାର କରାଯାଉଛି । ଏଭଳି ପରିସ୍ଥିତି ଲୋକମାନେ ବିଦ୍ୟୁତ ବିଲକୁ ନେଇ ଚିନ୍ତାରେ ପଡିଛନ୍ତି । ଯଦି ଆପଣ ମଧ୍ୟ ଚିନ୍ତିତ ଅଛନ୍ତି, ତେବେ ଏହି ସମସ୍ୟାକୁ ଦୂର କରିବାକୁ ଆପଣାନ୍ତୁ କିଛି ଖାସ୍ ଉପାୟ । ଏପରି ଏକ ଉପକରଣ ରହିଛି, ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କର ବିଦ୍ୟୁତ୍ ବିଲ୍ ଅଧାରୁ ବି କମ୍ ଆସିବ । ଏହାକୁ ଲଗାଇବା ଦ୍ୱାରା ବହୁତ ଲାଭ ହେବ । ସର୍ଟ ସର୍କିଟ ନହେବା ସହ କୌଣସି ବୈଦ୍ୟୁତିକ ସାମଗ୍ରୀ ନଷ୍ଟ ହେବ ନାହିଁ । ତେବେ ଆସନ୍ତୁ ଜାଣିବା ଏହି ଡିଭାଇସ ବିଷୟରେ…

Zealsy Maxx Power Saver Electricity Saver Powerବିଦ୍ୟୁତ୍ ରକ୍ଷା କରିଥାଏ । ଏହା ଭୋଲଟେଜ୍ ହ୍ରାସ କରିନଥାଏ । ଆପଣଙ୍କ ମିଟର ଯେପରି କାମ କରୁଛି, ଏହା ମଧ୍ୟ ସେହିପରି କାମ କରିବ । ଆପଣ ଏହାକୁ ଉଭୟ ଅନଲାଇନ୍ କିମ୍ବା ଅଫଲାଇନ ମାଧ୍ୟମରେ କିଣି ପାରିବେ । ଏହାର ମୂଲ୍ୟ ୯୯୯ ଟଙ୍କା, କିନ୍ତୁ ଫ୍ଲିପକାର୍ଟରେ ୨୦୫ ଟଙ୍କାରେ ଉପଲବ୍ଧ । ପ୍ରଥମ ଥର ପାଇଁ ଡିଭାଇସରେ ଏହିପରି ରିହାତି ମିଳୁଛି । ଆପଣ ଏହାକୁ ଘରେ କିମ୍ବା ଅଫିସରେ ଲଗାଇପାରିବେ ।

ଏହାକୁ ଲଗାଇବାର ଫାଇଦା ହେଉଛି କି, ଘରର କୌଣସି ଜିନିଷ ନଷ୍ଟ ହେବ ନାହିଁ । ଏହା ଅଧିକ କରେଣ୍ଟକୁ ଘର ଭିତରକୁ ପ୍ରବେଶ କରିବାରେ ରୋକିଥାଏ । କମ୍ପାନୀ ଦାବି କରିଛି ଯେ ଏହାକୁ ଲଗାଇବା ପରେ ପ୍ରତି ମାସରେ ବିଦ୍ୟୁତ୍ ବିଲ୍ ୩୫% ହ୍ରାସ ହୋଇଯିବ ।

ଏହି ଡିଭାଇସ୍ ଏକ ଭୋଲଟେଜ୍ ଷ୍ଟାବିଲାଇଜର୍ ଭାବରେ କାମ କରିଥାଏ । ଯଦି ଭୋଲଟେଜ୍ ଉପର-ତଳ ହୁଏ, ତେବେ ଡିଭାଇସ୍ ଏହାକୁ ସ୍ଥିର କରିଥାଏ । ଯଦି ଆପଣ ଏହାକୁ ଅଫିସ୍ କିମ୍ବା କାରଖାନାରେ ଲଗାଇବାକୁ ଚିନ୍ତା କରୁଛନ୍ତି, ତେବେ ଥରେ ଆପଣ ଇଞ୍ଜିନିୟରଙ୍କ ପରାମର୍ଶ ନିଅନ୍ତୁ । କାରଣ ବୈଦ୍ୟୁତିକ ଭାର ବିଷୟରେ ଯାଞ୍ଚ କେବଳ ଜଣେ ଇଞ୍ଜିନିୟର ହିଁ କରିପାରିବେ । ଏହି ଡିଭାଇସ୍ ବିଦ୍ୟୁତର ମେନ୍ ତାର ସହିତ ସଂଯୋଗ ହୋଇ କାମ କରିଥାଏ ।

Get real time updates directly on you device, subscribe now.