ମହଙ୍ଗା ହେବ ବିଜୁଳି… ବିଦ୍ୟୁତ ବ୍ୟବହାର କରିବା ପୂର୍ବରୁ ଶହେଥର ଭାବିବାକୁ ପଡ଼ିବ, ୟୁନିଟ୍ ପିଛା ବଢ଼ିବ ଏତିକି…

ଭୁବନେଶ୍ୱର: ଆସନ୍ତା ବର୍ଷରୁ ମହଙ୍ଗା ହେବ ବିଦ୍ୟୁତ । ଭାବିଚିନ୍ତି ଖର୍ଚ୍ଚ କରିବାକୁ ବାଧ୍ୟହେବେ ଗ୍ରାହକ । ୟୁନିଟ ପିଛା ୩ ଟଙ୍କା ୮୨ ପଇସା ବୃଦ୍ଧି କରିବା ନେଇ ଚାଲିଛି ଯୋଜନା । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ନିକଟରେ ଗ୍ରିଡକୋ ବାର୍ଷିକ ଆବଶ୍ୟକତା ଦରଖାସ୍ତରେ ଏହା ଉଲ୍ଲେଖ କରାଯାଇଛି । ଗ୍ରିଡକୋ ଆସନ୍ତା ଆର୍ଥିକ ବର୍ଷରେ ୩୮ ହଜାର ୮୧୪ ୟୁନିଟ୍ ବିଦ୍ୟୁତ ବିକ୍ରି କରିବାକୁ ଯୋଜନା ରଖିଛି । ବିଦ୍ୟୁତ୍ କିଣା ବିକା ଏବଂ ନିଜର ଆବଶ୍ୟକତାକୁ ଆକଳନ କଲେ ପାଖାପାଖି ୧୫ ହଜାର ୩୪୭ କୋଟି ଟଙ୍କା ଆବଶ୍ୟକ । ଏହାଦ୍ୱାରା ୟୁନିଟ୍ ପିଛା ୩ଟଙ୍କା ୯୫ ପଇସା ଉପଭୋକ୍ତା ଦେଲେ ଯାଇ ଭରଣା ହେବ । ଗ୍ରିଡକୋ ପ୍ରସ୍ତାବରେ ଓଡ଼ିଶା ନିୟାମକ ଆୟୋଗ ରାଜି ହେଲେ, ପାଇକାରୀ ମୂଲ୍ୟ ୟୁନିଟ୍ ପିଛା ୫୪ ପଇସା ବଢ଼ିବ । ଆବଣ୍ଟନ କମ୍ପାନୀ ଖର୍ଚ୍ଚ ଇତ୍ୟାଦିକୁ ମିଶାଇ ବିଦ୍ୟୁତ୍ ମୂଲ୍ୟ ଆହୁରି ଅଧିକ ହେବାର ଅଶଙ୍କା ରହିଛି ।

ଦିନକୁ ଦିନ ବିଦ୍ୟୁତ୍ ମୂଲ୍ୟ ବଢ଼ୁଛି ହେଲେ, ଗ୍ରାହକଙ୍କୁ ଉପଯୁକ୍ତ ବିଦ୍ୟୁତ୍ ସୁବିଧା ମିଳିପାରୁ ନାହିଁ । ସରକାର ଲୋକଙ୍କ ସଠିକ୍ ସୁବିଧା ଯୋଗାଇବାରେ ବିଫଳ ହୋଇଛନ୍ତି । ଅନ୍ୟପଟେ ଆଳୁ, ପିଆଜ ଓ ପନିପରିବା ଦର ଆକାଶ ଛୁଆଁ ରହିଛି । ଲୋକମାନେ ପେଟକୁ ମୁଠେ ଦାନା ଦେବାକୁ ସଂଘର୍ଷ କରୁଥିବାବେଳେ ସରକାରଙ୍କ ମହଙ୍ଗା ମାଡ଼ ବୋଝ ଉପରେ ଲଳିତତା ବିଡ଼ା ପରି ବୋଧ ହେଉଛି ।