fbpx

ଆସନ୍ତା ୧୬ରୁ ବିଦ୍ୟୁତ କାଟ୍

ଭୁବନେଶ୍ୱର, ୧୪ା୧(ଓଡ଼ିଶା ଭାସ୍କର): ଆସନ୍ତା ୧୬ରୁ ବିଦ୍ୟୁତ କାଟ ହେବ । ବିଲ୍ ଦେଇନଥିବା ବ୍ୟବସାୟିକ ପ୍ରତିଷ୍ଠାନର ବିଜୁଳି କଟିବ । କ୍ଷମତା ଥାଇ ବିଲ ପୈଠ କରିନଥିବା ଉପଭୋକ୍ତାଙ୍କ ବିଜୁଳି କାଟିବ । ବିଦ୍ୟୁତ କାଟ୍ ପାଇଁ ୪୧୩ଟି ସ୍କ୍ୱାଡ଼ ଗଠନ ହୋଇଛି । ଏନେଇ ୯ଟି ଜିଲ୍ଲାରେ କାମ କରିବେ ସେସୁ କର୍ମଚାରୀ ।

ଦୁଇ ଦିନ ମଧ୍ୟରେ ବିଲ୍ ପୈଠ କରିବାକୁ ପରାମର୍ଶ ଦିଆଯାଇଛି । ସବୁ ଗାଁରେ ବିଦ୍ୟୁତ କାଟ ହେବନି ବୋଲି ସେସୁ ପକ୍ଷରୁ ସୂଚନା ମିଳିଛି । ଯେଉଁ ଯେଉଁ ଗାଁର ଘର ସବୁ ବିଲ୍ ଦେଇନଥିବେ ସେମାନଙ୍କର ବିଜୁଳି କଟିବ । ସେସୁ ଏସଜିଏମ ମନୋଜ ସିଂ ଏନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.