fbpx

‘ହାତୀ ମରିଗଲେ କଣ ହୋଇ ଯାଉଛି, ଓଡ୍ରାଫ୍ ଟିମଙ୍କ ସହ ଯିବା କଣ ଦରକାର ଥିଲା’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ମୁଣ୍ଡଳୀ ବ୍ୟ।।ରେଜ୍ ରେ ହାତୀ ଫସିଥିବା ବେଳେ ତାକୁ ଘଉଡାଇବାକୁ ଯାଇ ଜଣେ ସାମ୍ବାଦିକ ଏବଂ ଓଡ୍ରାଫ୍ ଟିମ୍ ର ଜଣେ ସଦସ୍ୟଙ୍କ ଅକାଳ ବିୟୋଗ ହୋଇଯାଇଛି । ମୃତ୍ୟୁ ହୋଇଥିବା ଓଡ୍ରାଫ୍ କର୍ମଚାରୀ ବୁଡ଼ି ଯାଇଥିବା ବେଳେ ତାଙ୍କ ମୃତ ଦେହ ଏବେ ଯାଏ ମିଳିପାରିନାହିଁ । ତେବେ ଅନ୍ୟ ପଟେ ଓଟିଭିର ଚିଫ୍ ରିପୋର୍ଟର୍ ଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଯାଇଛି । ତେଣୁ ଏବେ ସବୁଠି କାନ୍ଦର ମାହୋଲ । ତାଙ୍କ ସହକର୍ମୀଙ୍କ ଠାରୁ ତାଙ୍କ ପରିବାର ପର୍ଯ୍ୟନ୍ତ ସମସ୍ତେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ବର୍ତ୍ତମାନ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହେଉଛି ।

ଏହି ପରିପ୍ରେକ୍ଷୀରେ ତାଙ୍କ ପରିବାରରେ ଶୋକର ବାତାବରଣ ଦେଖିବାକୁ ମିଳିଛି । ତାଙ୍କ ଭଉଣୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “କିଏ ତାଙ୍କୁ ଅନୁମତି ଦେଲା ପାଣି ଭିତରକୁ ଯିବା ପାଇଁ । ଓଡ୍ରାଫ୍ ଟିମ୍ ଙ୍କ ସହ ଯିବା କଣ ଦରକାର ଥିଲା । ହାତୀ ମରିଗଲେ କଣ ହୋଇ ଯାଉଛି, ହାତି କେବେ ପାଣିରେ ବୁଡ଼ି ମଲାଣି ? ହାତୀକୁ ବଞ୍ଚାଇବାକୁ ଯାଇ ଗୋଟିଏ ଲୋକର ଜୀବନ ଦେବ । ମୋ ଭାଇକୁ କିଏ ଦେଇପାରିବ । କୋଟି କୋଟି ଟଙ୍କା ଦେଲେ ବି ମୋ ଭାଇ ଫେରି ଆସିବ ନାହିଁ । ତା ସ୍ତ୍ରୀକୁ ସ୍ୱାମୀ ଟିଏ ଦେଇପାରିବ । ମୋ ଛୁଆର ମାମୁଁ କୁଆଡେ ଗଲା” । ଏହିପରି କଥା କହି ସେ କ୍ୟାମେରା ଆଗରେ ଖୁବ୍ ଜୋରରେ ଦୁଃଖ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.