fbpx

ଦକ୍ଷିଣ ଓଡିଶାରେ ହେବ ହସ୍ତୀ ଅଭୟାରଣ୍ୟ

ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ହାତୀଙ୍କ ସୁରକ୍ଷା ପାଇଁ ନୂଆ ଉଦ୍ୟମ କରିଛନ୍ତି ରାଜ୍ୟ ସରକାର । ଖୁବଶୀଘ୍ର ଦକ୍ଷିଣ ଓଡିଶାରେ ହେବାକୁ ଯାଉଛି ହସ୍ତୀ ଅଭୟାରଣ୍ୟ । କନ୍ଧମାଳ ଓ ବ୍ରହ୍ମପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ହେବ ଏହି ହସ୍ତୀ ଅଭୟାରଣ୍ୟ । ହାତୀମାନଙ୍କ ସୁରକ୍ଷା ପାଇଁ ବ୍ୟବହାର ହେବ ନୂଆ ଟେକ୍ନୋଲୋଜି । ଏନେଇ ଆଇଆଇଟି ଭୁବନେଶ୍ୱର ସହ ଆଜି ଆଲୋଚନା କରିଛି ବନ ବିଭାଗ । ହାତୀଙ୍କ ଶବ୍ଦ ଶୁଣି ଲୋକମାନଙ୍କୁ ସତର୍କ କରାଯିବ । ଉତ୍ପାତ କରୁଥିବା ତିନି ହାତୀଙ୍କୁ ରେଡିଓ କଲାର କରାଯିବ । ଏନେଇ ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡନ ହରି ଶଙ୍କର ଉପଧ୍ୟାୟା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.