fbpx

‘ମୋ ସରକାର’ରେ ସାମିଲ ହେଲା କୃଷି ବିଭାଗ

ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ ‘ମୋ ସରକାର’ରେ ଆଜି ସାମିଲ ହୋଇଛି କୃଷି ବିଭାଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସଭା ଭବନରେ ଏକ ବୈଠକ ଆୟୋଜିତ ହୋଇଥିଲା । ବୈଠକ ପରେ କୃଷି ସଚିବ ସୌରଭ ଗର୍ଗ ଏନେଇ ସୂଚନା ଦେଇଛନ୍ତି । ଏହା ସହ ଗର୍ଗ କହିଛନ୍ତି ଯେ, ଏଣିକି ଚାଷୀଙ୍କ ସହ କଥା ହୋଇ ମତାମତ ନେବେ ସରକାର । ଚାଷୀଙ୍କ ଅଭିଯୋଗର କିପରି ସମାଧାନ କରାଯିବ ତାକୁ ଗୁରୁତ୍ୱ ଦିଆଯିବ । ପୋଖରୀ ଖୋଳି ଚାଷୀଙ୍କୁ ସ୍ୱାବଲମ୍ବୀ କରାଯିବ । ଚାଷୀଙ୍କ ଆୟକୁ ଦୁଇଗୁଣ କରିବା ସରକାରଙ୍କ ଲକ୍ଷ୍ୟ ରଖିଛନ୍ତି ।’

ମୋ ସରକାର’ରେ କୃଷି ବିଭାଗ ସାମିଲ ନେଇ ଅଭିଭାଷଣ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ‘କୃଷି ଓ କୃଷକଙ୍କ କାର୍ଯ୍ୟ ଶୈଳିରେ ଅଧିକ ସ୍ବଚ୍ଛତା ଓ ଉନ୍ନତି ଆସିବ। ମୁଁ ନଜେ ଚାଷୀଙ୍କ ସହ କଥା ହୋଇ ମତାମତ ଗ୍ରହଣ କରିବି । କୃଷି ବିଭାଗର ପ୍ରକୃତ ମାଲିକ ଚାଷୀ । କୃଷିର ଉନ୍ନତି ପାଇଁ ନିଷ୍ଠାର ସହ କାମ କରିବାକୁ ଅଧିକାରଙ୍କୁ ପରାମର୍ଶ । ୧୯୯୯ ମହାବାତ୍ୟା ପରେ ଆମେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲୁ । ଏବେ ଓଡ଼ିଶା ୫ ଥର କୃଷି କର୍ମଣ ପୁରସ୍କାର ପାଇଛି ।’

ତେବେ ପୂର୍ବରୁ ‘ମୋ ସରକାର’ରେ ୬ଟି ବିଭାଗର କାର୍ଯ୍ୟକ୍ରମକୁ ସାମିଲ କରାଯାଇଛି । କୃଷି ବିଭାଗର ‘କାଳିଆ’, ଚାଷୀ ପଞ୍ଜୀକରଣ, ଧାନ ସଂଗ୍ରହରେ ଟୋକନ ବ୍ୟବସ୍ଥା, ମହିଳା ଓ ଶିଶୁ କଲ୍ୟାଣ ବିଭାଗର ‘ମିଶନ ଶକ୍ତି’, ଖାଦ୍ୟ ଯୋଗାଣ ବିଭାଗର ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ ବିଭାଗର ମମତା, ପାନୀୟ ଜଳଯୋଗାଣ ବିଭାଗର ‘ପାନୀୟ ଜଳ’ ଏବଂ ପରିବହନ ବିଭାଗର ‘ବାହନ ଓ ସାରଥୀ’ ମୋ ସରକାରରେ ସାମିଲ ହୋଇଛି । ଏହି ସବୁ କାର୍ଯ୍ୟକ୍ରମ ତଥା ଯୋଜନାରେ ହିତାଧିକାରୀମାନେ ଠିକ୍ ଭାବେ ଉପକୃତ ହେଉଛନ୍ତି କି ନାହିଁ ତାହାର ବିଭାଗୀୟ ଉଚ୍ଚ ଅଧିକାରୀ, ସଚିବ ଓ ମନ୍ତ୍ରୀମାନେ ନିମୟିତ ଅନୁଧ୍ୟାନ ଓ ସମୀକ୍ଷା କରିବେ ।

Get real time updates directly on you device, subscribe now.