fbpx
BJD
BJD SKY
BJD SKY

ପୁଣି ଥରେ ମନେ ପଡ଼ିଲା ମୁଣ୍ଡୁଳୀ: ମହାନଦୀରେ ଫସିଲେ ଦୁଇ ହାତୀ

ପୁଣି ମହାନଦୀରେ ଫସିଲେ ଗଜରାଜ । ନଦୀ ପାର ବେଳେ ସ୍ରୋତରେ ଭାସିଗଲେ ଗଜରାଜ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନରାଜ ବ୍ୟାରେଜ ନିକଟରେ । ରବିବାର ସକାଳୁ ଚନ୍ଦକା ଅଞ୍ଚଳରୁ ହାତୀ ପଲ ମହାନଦୀ ପାର କରୁଥିବାବେଳେ ମହାନଦୀର ନରାଜ ବ୍ୟାରେଜ ଠାରେ ଅତିକ୍ରମ ଏହି ଦୁଇ ହାତୀ ମହାନଦୀର ସ୍ରୋତରେ ଭାସିଯାଇଥିଲେ । ଆଉ ମହାନଦୀର ଗଭୀର ଜଳାରାଶି ମଧ୍ୟରେ ଫସିଯାଇଥିଲେ ଏହି ଦୁଇ ହାତୀ । ସେପଟେ ବନ ବିଭାଗ ହାତୀର ଗତିବିଧି ଉପରେ ଲକ୍ଷ୍ୟ ରଖିଥିବାବେଳେ ଅତ୍ୟଧିକ ଲୋକଙ୍କ ସମାଗମ ଯୋଗୁଁ ହାତୀଦ୍ୱୟ କୂଳକୁ ଆସିନଥିଲେ ।

ତେବେ ଗତ ବର୍ଷ ଏହିଭଳି ଫସିଥିବା ହାତୀକୁ ବଞ୍ଚାଇବା ଉଦ୍ୟମରେ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଜଣେ ଓଡ୍ରାଫ୍ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ଯାହା ଅତ୍ୟନ୍ତ ହୃଦୟ ବିଦାରକ ଥିଲା । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.