fbpx

(Video) ସିଂହୀକୁ ଡରାଇବାକୁ ହାତୀ କଲା ପାଣି ମାଡ: ତା’ପରେ କ’ଣ ହେଲା ଦେଖନ୍ତୁ

ନୂଆଦିଲ୍ଲୀ: ହାତୀକୁ ପଶୁମାନଙ୍କ ଭିତରେ ଏକ ବୁଦ୍ଧିମାନ ଜୀବ ବୋଲି ମଧ୍ୟ କୁହାଯାଏ । ଏମାନଙ୍କର ପ୍ରଖର ବୁଦ୍ଧି ଥାଏ ବୋଲି ବିଶ୍ୱାସ କରାଯାଏ । ତେବେ ଅନେକ ସମୟରେ ହାତୀମାନଙ୍କର କିଛି ଭିଡିଓ ଭାଇରାଲ ହେଉଥାଏ । ବର୍ତ୍ତମାନ ମଧ୍ୟ ଏମିତି ଏକ ଭିଡିଓ ଇଣ୍ଟରନେଟରେ ଖୁବ ଭାଇରାଲ ହେଉଛି । ଏହି ଭିଡିଓରେ ହାତୀର ସାହସ ଏବଂ ବୁଦ୍ଧିର କାରନାମା ଦେଖିବାକୁ ମିଳିଛି । ଗୋଟିଏ ସିଂହୀ ସାମନାରେ ହାତୀର କାରନାମା ଏହି ଭିଡିଓରେ ରେକର୍ଡ ହୋଇଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ହାତୀ ଏବଂ ସିଂହୀର ଲଢେଇ ଦେଖାଯାଇଛି । ଭିଡିଓରେ ପ୍ରଥମେ ଗୋଟିଏ ସିଂହୀ କୂଅ ନିକଟରେ ବିଶ୍ରାମ କରୁଥିବାର ଦେଖାଯାଉଛି । କିନ୍ତୁ କିଛି ସମୟରେ ହାତୀଟିଏ ଆସି ସିଂହୀକୁ ଦେଖିବା ପରେ ଯିବା ବାଟରେ ଅଟକି ଯାଇଥିଲା । ଏହାପରେ ସେ ପାଣିପିଇବାକୁ ଲାଗିଥିଲା । କିନ୍ତୁ ହଠାତ ହାତୀ ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ସିଂହୀ । ତେଣୁ ସିଂହୀକୁ ଡରାଇବା ପାଇଁ ହାତୀ ନିଜ ଶୁଣ୍ଢରେ କୂଅରୁ ପାଣି ଆଣି ତା ଉପରକୁ ଫୋପାଡିଥିଲା । ଜଙ୍ଗଲର ରାଣୀକୁ ସାମନାରେ ଦେଖି ମଧ୍ୟ ଭୟ କରି ନଥିଲା ଗଜରାଜ । ବରଂ ସାହସର ସହ ସିଂହୀକୁ ଲଢେଇ କରିଥିଲା ।

ସୌଜନ୍ୟ: ଇଣ୍ଡିଆ ଟୁଡେ

ତେବେ ଏହି ଲଢେଇରେ ଶେଷରେ ବୁଦ୍ଧିମାନ ହାତୀ ବିଜୟ ହାସଲ କରିଛି । ହାତୀର ପାଣି ମାଡକୁ ସାମନା କରି ନପାରି ସିଂହୀ ପଛଘୁଞ୍ଚା ଦେଇ ଜଙ୍ଗଲକୁ ପେରି ଯାଇଥିବାର ଏହି ଭିଡିଓରେ ଦେଖାଯାଇଛି । ତେବେ ଉଚିତ ବୁଦ୍ଧି ଯୋଗୁଁ ନିଜ ପ୍ରାଣ ବଞ୍ଚାଇପାରିଛି ସର୍ବ ଶକ୍ତିମାନ ହାତୀ । ଏହି ଭିଡିଓକୁ ବର୍ତ୍ତମାନ ଇଣ୍ଟରନେଟରେ ୬.୩ ମିଲିୟନ ଲୋକ ଦେଖିସାରିଥିବା ବେଳେ ଅନେକ ଲୋକ ଏହାକୁ ପସନ୍ଦ କରିଛନ୍ତି । କିଛି ଲୋକ ଏହି ଘଟରାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।

Get real time updates directly on you device, subscribe now.