fbpx

Video: ଆସିଲା ପୁଷ୍ପା ‘Pushpa 2 – The Rule’ର ଦମଦାର ଟିଜର, CCTV ରେ ନଜର ଆସିଲେ ‘ପୁଷ୍ପା’

ନୂଆଦିଲ୍ଲୀ: ଷ୍ଟାଇଲିସ୍ ଷ୍ଟାର ଅଲୁ ଅର୍ଜୁନଙ୍କ ଜନ୍ମ ଦିନ ପୁର୍ବରୁ ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ‘ପୁଷ୍ପା ଦ ରୁଲ’ ଟିଜର। ପୁଷ୍ପା ୨୦୨୧ ଡିସେମ୍ବର ମାସରେ ରିଲିଜ ହୋଇଥିଲା । ଯାହା ଦେଶର ସମସ୍ତ ସିନେମା ହଲ୍‌ରେ ନିଜର ଦମ୍ ଦେଖାଇଥିଲା । ଫିଲ୍ମ ଦେଶ ବିଦେଶରେ ବ୍ଲକବାଷ୍ଟର ହିଟ୍ ହୋଇଥିଲା । ଏହା ପରେ ନିର୍ମାତାମାନେ ଯେବେଠାରୁ ଏହାର ଦ୍ୱିିତୀୟ ପାର୍ଟ ଘୋଷଣା କରିଛନ୍ତି, ସେବେଠାରୁ ଅଲୁ ଅର୍ଜୁନଙ୍କ ପ୍ରଶସଂକମାନେ ପୁସ୍ପା ଦି ରୁଲ୍ ଦେଖିବା ପାଇଁ ଖୁବ୍ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

କିଛିଦିନ ତଳେ ଏକ ପ୍ରମୋସନାଲ ଟିଜର ଭିଡିଓ ଆସିଥିଲା, ଯେଉଁଥିରେ କୁହାଯଅଉଥିଲା ଯେ, ପୁସ୍ପା ଜେଲ୍‌ରୁ ଫେରାର୍ ହୋଇଯାଇଛି । ଏହି ଟିଜର ପୁସ୍ପା କେଉଁଠି ଅଛି ପ୍ରଶ୍ନ ସହିତ ଶେଷ ହୋଇଯାଇଥିଲା ।

ତେବେ ଆଜି ରିଲିଜ ହୋଇଥିବା ଟିଜର ଆରମ୍ଭରେ ଏହା ଦର୍ଶାଯାଇଛି ଯେ ପୁଷ୍ପାକୁ ପୋଲିସର ଏନକାଉଣ୍ଟରରେ ହତ୍ୟା କରାଯାଇଥିବା ଖବର ଆସୁଛି । ତାଙ୍କୁ ଆଠଟି ଗୁଳି ମିଳିଥିବା କୁହାଯାଉଛି। ଯେଉଁମାନଙ୍କ ପାଇଁ ସେ ମହାନ ଥିଲା, ସେମାନେ ଏହି ଖବର ପାଇ ହିଂସା ସୃଷ୍ଟ କରୁଛନ୍ତି । କିନ୍ତୁ ଦିନେ ଏକ ଫୁଟେଜ୍ ଆସୁଛି । ଯେଉଁଥିରେ ବାଘ ଆଗକୁ ଯାଉଥିବା ବେଳେ ହଠାତ୍ ଅଟକି ଯାଇ ଦୁଇ ପାଦ ପଛକୁ ଚାଲି ଯଅଉଛି । ଏହି ସମୟରେ ପୁସ୍ପା ଏଣ୍ଟ୍ରି ମାରିବାର ଦୃଶ୍ୟ ବଣରେ ଲାଗିଥିବା ସିସିଟିଭି ଫୁଟେଜ୍ ମାଧ୍ୟମରେ ଦେଖାଯାଇଛି ।

ପୁଷ୍ପା ୨ ସୁକୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି ଏବଂ ଫିଲ୍ମକୁ ପ୍ରଥମ ଭାଗ ଭଳି ଚମତ୍କାର କରିବା ପାଇଁ ସେ କୌଣସି ରାସ୍ତା ଛାଡ଼ୁ ନାହାନ୍ତି । ପ୍ରଶଂସକମାନେ ଏହି ଭିଡିଓକୁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ । ଆସନ୍ତାକାଲି ଅର୍ଥାତ୍ ୮ ଏପ୍ରିଲ୍ ହେଉଛି ଅଲୁ ଅର୍ଜୁନଙ୍କ ଜନ୍ମଦିନ । ଏହିପରି, ବନିଙ୍କ ଜନ୍ମଦିନ ପୂର୍ବରୁ ଫିଲ୍ମର ଏକ ଭିଡିଓ ରିଲିଜ୍ ହୋଇଛି ।

Get real time updates directly on you device, subscribe now.