fbpx

WPL 2024: ପ୍ରଥମ ଖେଳାଳି ଭାବେ ୧୫ଟି ବଲରେ ୬ଟି ୱିକେଟ ନେଇ ଇତିହାସ ରଚିଲେ ଏଲିସ ପେରୀ

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ (ଡବ୍ଲ୍ୟୁପିଏଲ) ୨୦୨୪ରେ ଆଜି ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଓ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ଆରସିବିର ଷ୍ଟାର ଅଲରାଉଣ୍ଡର ଏଲିସ ପେରୀ ୧୫ଟି ବଲରେ ୬ଟି ୱିକେଟ ନେଇ ଇତିହାସ ରଚିଛନ୍ତି । ଏପରି ଶ୍ରେଷ୍ଠ ପ୍ରଦର୍ଶନ କରିବାରେ ପେରୀ ପ୍ରଥମ ଖେଳାଳି ସାବ୍ୟସ୍ତ ହୋଇଛନ୍ତି ।

ପେରୀ ୪ ଓଭର ବୋଲିଂ କରି ୧୫ ରନ ଦେଇ ୬ଟି ୱିକେଟ ଅକ୍ତିଆର କରିବା ସହ ଇତିହାସ ରଚିଛନ୍ତି । ଏପରି ଶ୍ରେଷ୍ଠ ପ୍ରଦର୍ଶନ କରି ପେରୀ ଡବ୍ଲ୍ୟୁପିଏଲ ଇତିହାସରେ ପ୍ରଥମ ଖେଳାଳି ହୋଇଛନ୍ତି । ଏ କ୍ଷେତ୍ରରେ ସେ ଦକ୍ଷିଣ ଆଫ୍ରିକୀୟ ବୋଲର ମରିଜନନେ କପ୍ପଙ୍କ ରେକର୍ଡକୁ ଭାଙ୍ଗିଛନ୍ତି । ଗତ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ଖେଳୁଥିବା ମରିଜନନେ ଗୁଜରାଟ ଜାଏଣ୍ଟସ ବିପକ୍ଷରେ ୧୫ ରନ ଦେଇ ୫ଟି ୱିକେଟ ଅକ୍ତିଆର କରିଥିଲେ । ଏହା ପୂର୍ବରୁ ଡବ୍ଲ୍ୟୁପିଏଲରେ କେବଳ ୩ ଜଣ ଖେଳାଳି ୪ଟି ଲେଖାଏଁ ୱିକେଟ ହାସଲ କରିଥିଲେ ।

ପ୍ରାରମ୍ଭିକ ୯ଟି ବଲରେ ପେରୀଙ୍କୁ କୌଣସି ୱିକେଟ ମିଳିନଥିଲା । ମାତ୍ର ଏହାପରେ ସେ ନିଜର ବୋଲିଂର ଯାଦୁ ଦେଖାଇଥିଲେ । ସେ ପରବର୍ତ୍ତୀ ୧୫ଟି ବଲରେ ୬ଟି ୱିକେଟ ହାସଲ କରିଥିଲେ । ପେରୀଙ୍କ ବୋଲିଂରେ ପୂରା ମୁମ୍ବାଇ ଟିମ୍ ସମ୍ପୂର୍ଣ୍ଣ ଭାବେ ଅସହାୟ ହୋଇପଡ଼ିଥିଲା । ଦଳ ୧୯ ଓଭରରେ ୧୧୩ ରନରେ ଅଟକି ଯାଇଥିଲା ।

Get real time updates directly on you device, subscribe now.