fbpx

PM ମୋଦୀଙ୍କର ଏକ୍ସରେ ଫଲୋର୍ସ ସଂଖ୍ୟା ଛୁଇଁଲା ୧୦ କୋଟି, ଶୁଭେଚ୍ଛା ଜଣାଇଲେ ଏଲନ ମସ୍କ

ନୂଆଦିଲ୍ଲୀ: ଟେସ୍ଲାର ସିଇଓ ଏବଂ ନିଲିୟନେୟାର ଏଲନ ମସ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଦୁନିଆର ସବୁଠାରୁ ଅଧିକ ଫଲୋ କରାଯାଇଥିବା ନେତା ହେବା ପାଇଁ ଶୁକ୍ରବାର ଦିନ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନିଜ ଏକ୍ସ ହ୍ୟାଣ୍ଡେଲରେ ରାଜନେତାମାନଙ୍କୁ ଭେଟିବା ଏବଂ କାର୍ଯ୍ୟକ୍ରମର ଫଟୋ ସେୟାର କରନ୍ତି । ଏଥିସହ ସେ ଅନେକ କାର୍ଯ୍ୟର ମଧ୍ୟ ସୂଚନା ଦିଅନ୍ତି ।

ଏଲନ ମସ୍କ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦୁନିଆରେ ସବୁଠାରୁ ଅଧିକ ଫଲୋ କରାଯାଉଥିବା ନେତା ହେବାର ଶୁଭେଚ୍ଛା ।’ ଏକ୍ସରେ ୧୦ କୋଟି ଫଲୋର୍ସ ହେବାରେ ପ୍ରଧାନମନ୍ତ୍ରୀ ଏକ ପୋଷ୍ଟରେ କହିଥିଲେ ଯେ, ଏକ୍ସରେ ୧୦ କୋଟି ଫଲୋର୍ସ । ଏହି ଜୀବନ୍ତ ମାଧ୍ୟମକୁ ଆସି ଏବଂ ଚର୍ଚ୍ଚା, ତର୍କ, ଲୋକଙ୍କ ଆଶୀର୍ବାଦ, ରଚନାତ୍ମକ ଆଲୋଚନା ଅନେକ କିଛି ଅଂଶ ହୋଇ ଖୁସି ଅଟେ । ଭବିଷ୍ୟତରେ ମଧ୍ୟ ଏହି ପ୍ରକାର ଲୋକଙ୍କ ସହ ସଂଯୋଗ ରହିବା ପାଇଁ ମୁଁ ଉତ୍ସୁକ ।

Get real time updates directly on you device, subscribe now.