ଏଲନ୍ ମସ୍କଙ୍କୁ ଲାଗିବ ବଡ଼ ଝଟକା, ମହାକାଶରେ ଉଡ଼ିବାକୁ ପ୍ରସ୍ତୁତ ଜେଫ୍ ବେଜୋସ୍‌ଙ୍କ ରକେଟ୍‌

ଜେଫ୍ ବେଜୋସଙ୍କ କମ୍ପାନୀ ବ୍ଲୁ ଅରିିଜିନ୍ ଦ୍ୱାରା ବିକଶିତ ନ୍ୟୁ ଗ୍ଲେନ୍ ରକେଟ୍ ଲଞ୍ଚ୍ ପାଇଁ ପ୍ରସ୍ତୁତ । ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସକୁ ମିଳିବ ଶକ୍ତିଶାଳୀ ପ୍ରତିଦ୍ୱନ୍ଦୀ ।

ନୂଆଦିଲ୍ଲୀ: ଆମାଜନ୍ ସିଇଓ ଜେଫ୍ ବେଜୋସଙ୍କ କମ୍ପାନୀ ବ୍ଲୁ ଅରିିଜିନ୍ ଦ୍ୱାରା ବିକଶିତ ନ୍ୟୁ ଗ୍ଲେନ୍ ରକେଟ୍ ଲଞ୍ଚ୍ ପାଇଁ ପ୍ରସ୍ତୁତ ଅଛି ।

ଏହି କମ୍ପାନୀର ବଜାର ପ୍ରବେଶ ସହ ଦୀର୍ଘ ସମୟ ଧରି ଚାଲିଆସୁଥିବା ସ୍ପେସ୍ ଏକ୍ସର ପ୍ରାଧାନ୍ୟତାକୁ ଚ୍ୟାଲେଞ୍ଜ୍ କରିବ ।

ପ୍ରାୟ ଦୁଇ ଦଶନ୍ଧି ପରେ ନିଷ୍କ୍ରିୟ ଥିବା ଫ୍ଲୋରିଡା ଲଞ୍ଚ୍ ପ୍ୟାଡରେ ଜେଫ୍ ବେଜୋସଙ୍କ କମ୍ପାନୀ ଏହାର ନୂତନ ବିକଶିତ ୩୨୦ ଫୁଟ୍‌(୯୮ ମିଟର) ରକେଟ୍ ଏହାର ପ୍ରଥମ ଉଡ଼ାଣ ପାଇଁ ପ୍ରସ୍ତୁତ ଅଛି ।

କେବେ ହେବ ଲଞ୍ଚ୍‌: ବ୍ଲୁ ଗ୍ଲେନ୍ ଦ୍ୱାରା ବିକଶିତ ଭାରି ଉତକ୍ଷେପଣ ଯାନ ନାସା ମହାକାଶଚାରୀ ଜନ୍ ଗ୍ଲେନଙ୍କ ନାଁରେ ରଖାଯାଇଛି ।

ସେ ପୃଥିବୀ କକ୍ଷପଥରେ ପରିକ୍ରମା କରିଥିବା ପ୍ରଥମ ଆମେରିକୀୟ ମହାକାଶଚାରୀ ।

ଜାନୁଆରୀ ୬ରେ ଫ୍ଲୋରିଡାର କେପ୍ କେନାଭେରାଲ୍ ସ୍ପେସ୍ ଫୋର୍ସ ଷ୍ଟେନର ଏକ ଲଞ୍ଚ୍ ପ୍ୟାଡରୁ ଉତକ୍ଷେପଣ ହେବ ।