fbpx

ମଣିଷଙ୍କୁ ରୋବୋଟ କରିବେ ଏଲନ ମସ୍କ; ମୁଣ୍ଡରେ ଫିଟ କରିବେ ଛୋଟ କମ୍ପ୍ୟୁଟର

ନୂଆଦିଲ୍ଲୀ: ସର୍ବଦା ନୂଆ ନୂଆ ପରୀକ୍ଷଣ କରି ଚର୍ଚ୍ଚାରେ ରୁହନ୍ତି ଏଲନ ମସ୍କ । ମଣିଷଙ୍କୁ ରୋବୋଟ କରିବାର ପ୍ରକଳ୍ପ ତାଙ୍କର ନୂତନ ପରୀକ୍ଷଣ ତାଲିକାରେ ସାମିଲ ହୋଇଛି । ବାସ୍ତବରେ ଏଲନ ମସ୍କଙ୍କ ନ୍ୟୁରାଲିଙ୍କ କମ୍ପାନୀ ମଣିଷଙ୍କ ମସ୍ତିଷ୍କରେ ଏକ ଛୋଟ କମ୍ପ୍ୟୁଟରକୁ ଫିଟ୍ କରିବାକୁ ଯାଉଛି । ଏହି କମ୍ପାନୀର ସହ-ପ୍ରତିଷ୍ଠାତା ହେଉଛନ୍ତି ଏଲନ ମସ୍କ । ମଣିଷକୁ ରୋବୋଟ କରିବାର ପ୍ରକଳ୍ପ ଗତ ଚାରି ବର୍ଷ ଧରି ଚାଲୁ ରହିଛି ।
ଏଲନ ମସ୍କ ଏହି ମାମଲାରେ ଏକ ବଡ଼ ଘୋଷଣା କରିଛନ୍ତି । ଏଲନ ମସ୍କଙ୍କ କମ୍ପାନୀ ତରଫରୁ ଆସନ୍ତା ଛଅ ମାସ ମଧ୍ୟରେ ମଣିଷଙ୍କ ମସ୍ତିଷ୍କରେ ଏକ ଛୋଟ କମ୍ପ୍ୟୁଟର ଫିଟ କରି ସେମାନଙ୍କର ପରୀକ୍ଷା ଆରମ୍ଭ ହେବ । ନ୍ୟୁରାଲିଙ୍କ ଦ୍ୱାରା ଆୟୋଜିତ ଏକ ଶୋ ମାଧ୍ୟମରେ ମାନବ ମୁଣ୍ଡରେ ଏହି ଟେକ୍ନୋଲୋଜି କିପରି ବ୍ୟବହାର କରାଯାଇଥିଲା ସେ ସମ୍ବନ୍ଧରେ ସୂଚନା ଦିଆଯାଇଛି ।

ନ୍ୟୁରାଲିଙ୍କ୍ କ’ଣ?
ନ୍ୟୁରାଲିଙ୍କ ଉଦ୍ଦେଶ୍ୟ ହେଉଛି ଏପରି ଏକ ପ୍ରଡକ୍ଟ ତିଆରି କରିବା, ଯାହା ଦ୍ୱାରା ମନୁଷ୍ୟର ମସ୍ତିଷ୍କ କମ୍ପ୍ୟୁଟର ପରି ବିକଶିତ ହୋଇପାରିବ । ଅର୍ଥାତ କମ୍ପ୍ୟୁଟର ପରି ମଣିଷମାନେ ମଧ୍ୟ ଦ୍ରୁତ ଗତିରେ ଚିନ୍ତା କରିବାକୁ ସମର୍ଥ ହେବେ । ଏହାକୁ ବ୍ରେନ୍-କମ୍ପ୍ୟୁଟର ଇଣ୍ଟରଫେସ୍ କମ୍ପାନୀ ନାମରେ ପରିଚିତ କରାଯାଇଛି ।
ନ୍ୟୁରାଲିଙ୍କ କମ୍ପାନୀ ମଣିଷର ମସ୍ତିଷ୍କରେ ଏକ ଚିପ୍ ଫିଟ କରିବ, ଯାହା ସାହାଯ୍ୟରେ କମ୍ପ୍ୟୁଟରକୁ ନିୟନ୍ତ୍ରଣ କରାଯାଇପାରିବ । ଅର୍ଥାତ ଆପଣ ମନରେ କିଛି ଭାବିବା ମାତ୍ରେ କମ୍ପ୍ୟୁଟର ସେହି କାମ କରିବ । ଏହା ଦ୍ୱାରା ଆପଣ କମ୍ପ୍ୟୁଟରକୁ ଅଲଗା ଭାବେ ନିୟନ୍ତ୍ରଣ ଦେବାକୁ ପଡିବ ନାହିଁ । ତେବେ ଘୁଷୁରି ଏବଂ ମାଙ୍କଡ଼ ଉପରେ ଏହି ଟେକ୍ନୋଲୋଜି ବ୍ୟବହାର କରାଯାଉଛି । କମ୍ପାନୀ ପକ୍ଷରୁ ଏହିପରି ଗୋଟିଏ ମାଙ୍କଡ଼ କମ୍ପ୍ୟୁଟରକୁ ନିୟନ୍ତ୍ରଣ କରୁଥିବା ଦେଖାଯାଇଛି । ତେବେ ମାଙ୍କଡ଼ର ମସ୍ତିଷ୍କରେ ଏକ ଛୋଟ ଚିପ୍ ଲଗାଯାଇଛି ।

ଏହି ମାମଲାରେ ମସ୍କ କହିଛନ୍ତି ଯେ ମଣିଷର ମସ୍ତିଷ୍କ କିମ୍ବା ପେଟରେ କମ୍ପ୍ୟୁଟର ଚିପ ଫିଟ ହୋଇପାରିବ । ଏହାକୁ ସହଜରେ ବଦଳାଯାଇପାରିବ ବୋଲି ମସ୍କ କହିଛନ୍ତି । ବଦଳାଇବା ପାଇଁ ଏହା ପ୍ରାୟ ୧୫ ମିନିଟ୍ ସମୟ ନେବ । ତେବେ ଏହି ଚିପକୁ ଚାର୍ଜ କରିବାକୁ ହେବ ।

Get real time updates directly on you device, subscribe now.