fbpx

ଏଲନ୍ ମସ୍କ ହେଲେ ‘ଟାଇମ୍ସ ପର୍ସନ୍ ଅଫ୍ ଦ ଇୟର୍’, ମହାକାଶ ପର୍ଯ୍ୟନ୍ତ ରହିଛି ତାଙ୍କର କନେକ୍ସନ୍…

ନୂଆଦିଲ୍ଲୀ: ଚଳିତ ବର୍ଷ ଏଲନ୍ ମସ୍କ ‘ଟାଇମ୍ସ ପର୍ସନ୍ ଅଫ୍ ଦ ଇୟର୍’ ଭାବରେ ନାମିତ ହୋଇଛନ୍ତି । ଟାଇମ୍ ମାଗାଜିନ୍ ପକ୍ଷରୁ ଏନେଇ ଘୋଷଣା କରିଛି । ଏଲନ୍ ମସ୍କଙ୍କୁ ଟାଇମ୍ ମାଗାଜିନ୍ ପ୍ରତିଭାଶାଳୀ, ଦୁରଦର୍ଶୀ, ଉଦ୍ୟୋଗପତି ଭାବରେ ସମ୍ବୋଧନ କରି ଟେସଲାର ସିଇଓଙ୍କୁ ୨୦୨୧ର ‘ଟାଇମ୍ସ ପର୍ସନ୍ ଅଫ୍ ଦ ଇୟର୍’ ଭାବରେ ନାମିତ କରିଛି । ତେବେ ଏଲନ୍ ମସ୍କଙ୍କ ସମ୍ପର୍କରେ କହିବାକୁ ଯାଇ ଟାଇମ୍ ମାଗାଜିନ୍ କହିଛି ଯେ, ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ପାଖରେ ନିଜର କୌଣସି ଘର ନାହିଁ । ନିକଟରେ ସେ ନିଜର ଘର ବିକ୍ରି କରିଦେଇଛନ୍ତି । ତାଙ୍କର କନେକ୍ସନ୍ ମହାକାଶ ପର୍ଯ୍ୟନ୍ତ ରହିଛି ।

ଏଲନ୍ ମସ୍କଙ୍କ ସମ୍ପର୍କରେ ଟାଇମ୍ ମାଗାଜିନ୍ ରେ ଉଲ୍ଲେଖ କରାଯାଇଛି ଯେ, ସେ ସାଟେଲାଇଟ୍ କୁ ମହାକାଶକୁ ପଠାଇଥାନ୍ତି । ସୋଲର୍ ଏନର୍ଜିକୁ ବ୍ୟବହାର କରନ୍ତି । ସେ ଏକ ଏପରି କାର୍ ଚଳାନ୍ତି ଯେଉଁଥିରେ ଇନ୍ଧନର ବ୍ୟବହାର ହୁଏନି । ସେ କେବେ କେବେ ଡ୍ରାଇଭର୍ ର ଆବଶ୍ୟକ କରନ୍ତି । ତାଙ୍କ ଇସାରାରେ ସେୟାର୍ ବଜାର ଉପରକୁ ଯାଏ ଓ ଖସିଥାଏ । ସେ ମଙ୍ଗଳକୁ ଯିବାର ସ୍ୱପ୍ନ ଦେଖୁଛନ୍ତି । ସେ ଲାଇଭ୍ ଟୁଇଟ୍ କରିବାକୁ ପସନ୍ଦ କରିଥାନ୍ତି ।

ଟାଇମ୍ ମାଗାଜିନ୍ ଅନୁଯାୟୀ, “ତାଙ୍କ କମ୍ପାନୀ ସ୍ପେସ୍ ଏକ୍ସ ମହାକାଶକୁ ଲମ୍ଫ ଲଗାଇଛି । ଭବିଷ୍ୟତରେ ମହାକାଶରେ ସ୍ପେସ୍ ଏକ୍ସର ରାଜ୍ କରିବ । ତାଙ୍କ କାର କମ୍ପାନୀ ଟେସଲା ବଜାରରେ ଏକ ବିଶାଳ ରେଞ୍ଜ ରେ ବୈଦ୍ୟୁତିକ ଯାନ ଯୋଗାଇଥାଏ। ଏହାର ମୂଲ୍ୟ ୧ ଟ୍ରିଲିୟନ ଡଲାର। ୨୫୦ ବିଲିୟନ ଡଲାର୍ ରୁ ଅଧିକ ସମ୍ପତି ସହିତ ମସ୍କ ହେଉଛନ୍ତି ଇତିହାସର ସବୁଠାରୁ ଧନୀ ବ୍ୟକ୍ତି ।

Get real time updates directly on you device, subscribe now.