fbpx

ପ୍ରଥମ ଥର ପାଇଁ ପରଦାରେ ଏକାଠି ନଜର ଆସିବେ ବଲିଉଡ୍‌ର ଚର୍ଚ୍ଚିତ ଯୋଡି ଆଲିଆ- ରଣବୀର, ଡିସେମ୍ବର ୧୫ରେ ‘ବ୍ରହ୍ମାସ୍ତ୍ର’ର ପୋଷ୍ଟର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଚର୍ଚ୍ଚିତ କପଲ୍‌ ଆଲିଆ ଭଟ୍ଟ ଏବଂ ରଣବୀର କପୁର । ଦୁହିଁଙ୍କୁ ଏଥର ପ୍ରଥମ ଥର ପାଇଁ ପରଦାରେ ଏକାଠି ଦେଖିବାକୁ ମିଳିବ । ଦୁହିଁଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ପୋଷ୍ଟର ଡିସେମ୍ବର ୧୫ରେ ରିଲିଜ୍‌ ହେବାକୁ ଯାଉଛି । ଏ ନେଇ ନିଜେ ଆଲିଆ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି । ଏହି ଫିଲ୍ମଟିର ଶୁଟିଂ ଅନେକ ଦିନ ଧରି ଚାଲିଥିଲା । ଯାହା ଏବେ ବଡ ପରଦାରେ ରିଲିଜ୍‌ ହେବାକୁ ଯାଉଛି । ଏହି ଫିଲ୍ମକୁ ତାଙ୍କର ଲକ୍ଷ ଲକ୍ଷ ଦର୍ଶକ ଅପେକ୍ଷାର ସହିତ ଚାହିଁ ରହିଛନ୍ତି ।

 

 

View this post on Instagram

 

A post shared by Alia Bhatt ☀️ (@aliaabhatt)

ଏହା ପୂର୍ବରୁ ଫିଲ୍ମ ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ ଫିଲ୍ମର ଶୁଟିଂ ଶେଟରୁ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ପୂର୍ବରୁ ଏହି ଫିଲ୍ମଟି ୨୦୨୦ ଡିସେମ୍ବର ୪ରେ ସିନେମା ହଲରେ ରିଲିଜ୍‌ କରିବାର ଯୋଜନା ଥିଲା । କିନ୍ତୁ ମହାମାରୀ କରୋନା କାରଣରୁ ଏହାକୁ ରିଲିଜ୍‌ କରିବାରେ ବିଳମ୍ବ ହୋଇଥିଲା । ଏହି ଫିଲ୍ମ ପାଇଁ ତାଙ୍କ ପ୍ୟାନ୍ସ ମାନେ ଆଗ୍ରହ ସହ ଅପେକ୍ଷା କରି ରହିଛନ୍ତି । ତେବେ ଏହି ଫିଲ୍ମଟିକୁ ଆସନ୍ତା ବର୍ଷ ହଲ୍‌ରେ ରିଲିଜ୍‌ କରାଯିବ । ତାହା ବକ୍ସ ଅଫିସ୍‌ରେ ହିଟ୍‌ ହେବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.