fbpx

ସାହେବ କେନାଲ ନିକଟରୁ ଲୁଟ ଘଟଣା: ୩ ଲକ୍ଷ ୭୦ ହଜାର ଜବତ, ୩ ଗିରଫ

ଛତ୍ରପୁର (ଭାସ୍କର ନ୍ୟୁଜ୍‌): ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ସାହେବ କେନାଲ ନିକଟରୁ ଲୁଟ ଘଟଣାରେ ପୋଲିସକୁ ସଫଳତା ମିଳିଛି । ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ୩ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଛି । ଅଭିଯୁକ୍ତ ମାନେ ହେଲେ ଗୌତମ ଜେନା, ଦିନବନ୍ଧୁ ପଲେଇ ଏବଂ ମାନସ ପାହନ । ଲୁଟ ଘଟଣାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ରବିନ୍ଦ୍ରଙ୍କ ଡ୍ରାଇଭର ମାନସ ପାହାନ । ରାମଚନ୍ଦ୍ର ଏତେ ଲକ୍ଷ ଟଙ୍କା ନେଇ ଯାଉଥିବା ନେଇ ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କୁ କହିଥିଲେ । ଏହାପରେ ଅଭିଯୁକ୍ତ ମାନେ ରବିନ୍ଦ୍ରଙ୍କୁ ସାହେବ କେନାଲ ନିକଟରେ ଭୁଜାଲି ଦେଖାଇ ୩ ଲକ୍ଷ ୭୦ ହଜାର ଟଙ୍କା ଲୁଟ କରିଥିଲେ । ଗତ ୧୦ ତାରିଖରେ ରବିନ୍ଦ୍ର ସାହଙ୍କ ଠାରୁ ରାମଗଡ ପଞ୍ଚାୟତ ଅନ୍ତର୍ଗତ ସାହେବ କେନାଲ ନିକଟରେ ଲୁଟ ହୋଇଥିଲା । ଗଞ୍ଜାମ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ଓ ରମ୍ଭା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଆଜି ସାମ୍ବାଦିକ ସମ୍ମିଳନୀରେ ଜରିଆରେ ଏନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.