fbpx

ବିମାନରେ ୪୫ ମିନିଟ୍ ପର୍ଯ୍ୟନ୍ତ ଫସିଗଲେ ଯାତ୍ରୀ, ରନୱେରେ ଲ୍ୟାଣ୍ଡ କରିବା ପରେ ବି ଖୋଲିଲାନି ଡୋର୍

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିବା ଯାତ୍ରୀମାନଙ୍କୁ ବିମାନ ଭିତରେ କଏଦ୍ ହୋଇ ରହିବାକୁ ପଡ଼ିଥିଲା । ଦିଲ୍ଲୀ ଏୟାରପୋର୍ଟ ରନୱେରେ ଅବତରଣ କରିବା ସତ୍ତ୍ୱେ ବିମାନର ଡୋର୍ ୪୫ ମିନିଟ୍ ପର୍ୟ୍ୟନ୍ତ ଖୋଲି ନଥିଲା । ଯାହା ଫଳରେ ଯାତ୍ରା ମାନଙ୍କୁ ବିମାନ ଭିତରେ ହିଁ ସଙ୍କଟାପନ୍ନ ଭାବରେ ରହିବାକୁ ପଡ଼ିଲା । ଏହି କାରଣରୁ ବିମାନ ଭିତରେ ବିଶୃଙ୍ଖଳା ହୋଇଥିଲା। ରାୟପୁରରୁ ଦିଲ୍ଲୀକୁ ପହଞ୍ଚିଥିବା ଇଣ୍ଡିଗୋ ବିମାନର ଗେଟ୍ ନଖୋଲିବା କାରଣରୁ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା । ହେଲେ ଏବେ ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ସେମାନେ ସମ୍ମୁଖୀନ ହୋଇଥିବା ଅସୁବିଧା ପାଇଁ ବିମାନ ସେବା କମ୍ପାନୀ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି।

ରବିବାର ଦିନ ବିଳମ୍ବିତ ରାତିରେ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଲ୍ୟାଣ୍ଡ କରିଥିବା ଏକ ବିମାନରେ ଯାତ୍ରୀଙ୍କୁ ପ୍ରାୟ ଅଧ ଘଣ୍ଟାରୁ ଅଧିକ ସମୟ ଫସି ରହିବାକୁ ପଡ଼ିଥିଲା । ବିମାନରେ ଥିବା ବିଶ୍ୱ ହିନ୍ଦୁ ପରିଷଦର ଜାତୀୟ ମୁଖପାତ୍ର ବିନୋଦ ବନସାଲ ମଧ୍ୟ ଟ୍ୱିଟରରେ ଇଣ୍ଡିଗୋ ଏୟାରଲାଇନ୍ସ ଏବଂ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେ ବିମାନ ଭିତରୁ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ବନସଲ କହିଛନ୍ତି ଯେ ରବିବାର ଦିନ ରାୟପୁରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ । ରାୟପୁରରେ ହିଁ ବିମାନଟି କୌଣସି କାରଣ ନ ଦେଇ ପ୍ରାୟ ଅଧ ଘଣ୍ଟା ବିଳମ୍ବ କଲା । ବିମାନଟି ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବା ପରେ ଯାତ୍ରୀମାନଙ୍କୁ ୪୫ ମିନିଟ ପର୍ଯ୍ୟନ୍ତ ବିମାନରେ ରହିବାକୁ ବାଧ୍ୟ ହେବାକୁ ପଡ଼ିଥିଲରା ।

Get real time updates directly on you device, subscribe now.