fbpx

ୟୁକ୍ରେନରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା: ଜାଣନ୍ତୁ କେଉଁଠି ଏବଂ କେବେ ଯାଏଁ ଲାଗୁ ହେବ ଏହି କଟକଣା

ନୂଆଦିଲ୍ଲୀ: ଥମିବାର ନାଁ ନେଉନି ୟୁକ୍ରେନ ସଂକଟ । ଗୋଟିଏ ପରେ ଗୋଟିଏ ନୂଆ ସଙ୍କଟ ସହ ଯୁଦ୍ଧ କରିଚାଲିଛି ୟୁକ୍ରେନ । ପ୍ରାପ୍ତ ସୂଚନା ଅନୁଯାୟୀ ୟୁକ୍ରେନରେ ଏବେ ଜରୁରୀକାଳୀନ ପରିସ୍ତିତି ଘୋଷଣା କରି ଦିଆଯାଇଛି । ଯୁଦ୍ଧ ଆଶଙ୍କା ମଧ୍ୟରେ ୟୁକ୍ରେନରେ ଜାରି ହୋଇଛି ଜରୁରୀକାଳୀନ ପରିସ୍ଥିତି । ଏହି ନିଷ୍ପତ୍ତିକୁ ୟୁକ୍ରେନ ସୁରକ୍ଷା ପରିଷଦ ମଧ୍ୟ ଅନୁମୋଦନ ଦେଇଛି । ବିବାଦ ଘେରରେ ରହିଥିବା ଦୁଇଟି ଅଞ୍ଚଳ ବ୍ୟତୀତ ଅନ୍ୟ ସମସ୍ତ ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିବା ସୂଚନା ମିଳିଛି ।

ତେବେ ଆସନ୍ତା ୩୦ ଦିନ ପର୍ଯ୍ୟନ୍ତ ସାରା ୟୁକ୍ରେନରେ ଲାଗୁ କରାଯିବ ଏହି ଜରୁରୀକାଳୀନ ପରିସ୍ଥିତି । କେବଳ ସେତିକି ନୁହେଁ ପରିସ୍ଥିତିରେ ସୁଧାର ନ ଆସେ ତେବେ ଏହି ସମୟସୀମାକୁ ଆହୁରି ବୃଦ୍ଧି କରାଯିବ ବୋଲି କୁହାଯାଇଛି । ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ବଢି ଏବେ ଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି । ତେଣୁ ଏଥିରୁ ନିବୃତ୍ତ ରହିବା ପାଇଁ ୟୁକ୍ରେନରେ ଜରୁରୀକାଳୀନ ପରିସ୍ଥିତି ପାଇଁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.