fbpx
BSKY
BJD MC SKY
BJD YOUTH SKY

ଏଣିକି ହ୍ୱାଟସଆପରେ ଜାଣିପାରିବେ ଜରୁରୀ ସୂଚନା

ହ୍ୱାଟସଆପ ବିଷୟରେ କିଏ ବା ନ ଜାଣେ । ପୂର୍ବରୁ ଏପରି ଅନେକ କାର୍ଯ୍ୟ ଯେପରି ଟ୍ରେନ୍ ସମ୍ପର୍କୀତ ସୂଚନା ପାଇଁ ବିଭିନ୍ନ ୱେବସାଇଟ୍ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ଖବର ଅନୁଯାୟୀ, ମୁମ୍ବାଇର ଏକ ଷ୍ଟାଟଅପ୍ ନିଜ ଆପରେ ଏମିତି ଅନେକ ସୁବିଧା ଆଣିଦେଇଛି । ଏହା ଦ୍ୱାରା ପାସେଞ୍ଜର ନେମ ରେକର୍ଡ (ପିଏନଆର) ଷ୍ଟାଟସ, ଟ୍ରେନ୍ ଯାତ୍ରାର ସବିଶେଷ ସୂଚନା ସମେତ ଅନେକ ସୂଚନା ପାଇପାରିବେ । ଏହି ଆପର ନାମ ହେଉଛି Railofy ।

ପ୍ରଥମେ ବ୍ୟବହାରକାରୀଙ୍କୁ ନିଜର ୧୦ ନମ୍ବର ବିଶିଷ୍ଟ ପିଏନଆର ନମ୍ବରକୁ ହ୍ୱାଟସଆପ ନମ୍ବର +୯୧୯୮୮୧୧୯୩୩୨୨ରେ ପଞ୍ଜୀକରଣ କରିବାକୁ ପଡ଼ିବ । ଯାହା ମାଧ୍ୟମରେ ଟ୍ରେନ୍ ଟିକେଟ ୱେଟିଂ ଲିଷ୍ଟରେ ଅଛି ନା କନଫର୍ମ ହୋଇଛି, ତାହା ଜଣାପଡ଼ିଯିବ । Railofy ତରଫରୁ କୁହାଯାଇଛି ଯେ, ପ୍ରାୟ ୬୦ ଲକ୍ଷ ଲୋକ ଗୁଗୁଲରେ ଆଇଆରସିଟିସି ରେଳ ଷ୍ଟେସନର ସୂଚନା ଖୋଜୁଲେ ମଧ୍ୟ କୌଣସି ସୁଫଳ ପାଇନଥାନ୍ତି ।

ତେଣୁ ଏପରି ସ୍ଥଳେ Railofy ସେମାନଙ୍କ ପାଇଁ ନିଶ୍ଚିତ ଲାଭଦାୟକ ହେବ । ଗତ ସେପ୍ଟେମ୍ବର ମାସରେ ଏହା ବଜାରକୁ ଆସିଥିଲା । ଏହା ବ୍ୟବହାରୀଙ୍କ ଯାତ୍ରାକୁ ସହଜ କହିବା ସହ ଅଯଥା ସମୟ ଅପଚୟରୁ ବଞ୍ଚାଇଥାଏ । ଏହି ଆପରେ ଟିକେଟ ବୁକିଂ କରିବା ସମୟରେ ଅନ୍ୟ ବିକଳ୍ପ ଯାତ୍ରା ସହିତ ଟିକେଟର ମୂଲ୍ୟକୁ ତୁଳନା କରିପାରିବେ ।

Get real time updates directly on you device, subscribe now.