fbpx
BJD SKY
BJD SKY

ବୋଲେରୋ ଧକ୍କାରେ ଜଳିଗଲା ବାଇକ୍, ବାପପୁଅ ମୃତ

BJD

ବଲାଙ୍ଗିର,୪ ।୧୨(ଓଡିଶା ଭାସ୍କର): ବଲାଙ୍ଗିର ତୁଷାର ଥାନା ଜଙ୍ଗେଲ ଛକ ନିକଟରେ ଘଟିଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୋଲେରୋ ଧକ୍କାରେ ଜଳିଯାଇଛି ବାଇକ୍ । ଫଳରେ ବାଇକରେ ଥିବା ବାପା ପୁଅଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମା ଓ ଅନ୍ୟ ଜଣେ ପୁଅ ଗୁରୁୂତର ହୋଇଛନ୍ତି ।

ତେବେ ବାଇକରେ ବାପା,ମା ଓ ଦୁଇ ପୁଅ ଯାଉଥିବା ବେଳେ ଧକ୍କା ଦେଇଥିଲା ବୋଲେରୋ । ଘଟଣାସ୍ଥଳରେ ହିଁ ବାପା ଓ ୩ ବର୍ଷର ପୁଅର ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ମା ଓ ବର୍ଷକର ଶିଶୁପୁତ୍ର ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.