fbpx

ପ୍ରଦୀପ ପାଣିଗ୍ରାହୀଙ୍କ ଅଢେଇ କୋଟିର ଯାଞ୍ଚ କରିବ ଇଡି

ଭୁବନେଶ୍ୱର,୪ ।୧୨(ଓଡିଶା ଭାସ୍କର): ଗତକାଲି ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଜମିର ଛାନଭିନ୍ ଆରମ୍ଭ ହୋଇଯାଇଛି । ପ୍ରଦୀପଙ୍କ ଆକାଉଣ୍ଟ ଥିବା ବ୍ୟାଙ୍କ ଚିଠି ଲେଖିଛି ଇଡି । ଟଙ୍କା ଦେଇଥିବା ବ୍ୟକ୍ତି ମଧ୍ୟ ତଦନ୍ତ ପରିସରଭୁକ୍ତ ହେବେ । ପ୍ରଦୀପଙ୍କ ଆକାଉଣ୍ଟକୁ ଆସିଥିବା ଅଢେଇ କୋଟି ଟଙ୍କାର ଯାଞ୍ଚ ହେବ । ସୋରଡାରେ ଥିବା ଜମିର ଯାଞ୍ଚ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହା ସହ ଅଭୟ ପାଠକ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ୨ଟି ମାମଲା ଇଡି ରୁଜୁ କରିବ ବୋଲି ସୂତ୍ରରୁ ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ, ପ୍ରଦୀପ ପାଣିଗ୍ରାହୀ ଓ ଆକାଶଙ୍କ ମଧ୍ୟରେ ଲକ୍ଷାଧିକ ଟଙ୍କାର କାରବାର ହୋଇଛିି । ତଦନ୍ତ ବେଳେ ଭିଜିଲାନ୍ସ ହାତରେ ଲାଗିଛି ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗୋଟିଏ ଆକାଉଣ୍ଟରେ ଅଢେଇ କୋଟି ଟଙ୍କା ଥିବା ଜଣାପଡିଛି । ବ୍ରହ୍ମପୁର କୋଟାପେଟାରେ ଥିବା ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦୀପଙ୍କର ଅଢେଇ କୋଟି ଟଙ୍କା ଥିବା ଜଣାପଡିଛି । କିନ୍ତୁ ଗତବର୍ଷ ପ୍ରଦୀପ ବାର୍ଷିକ ୧୦ ଲକ୍ଷ ଟଙ୍କାର ଆୟ ଦେଖାଇଥିଲେ । ତାଙ୍କର ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣରେ ୧୦ ଲକ୍ଷ ଟଙ୍କାର ଆୟ ରହିଛି । ଏହି ବର୍ଷ ପ୍ରଦୀପଙ୍କ ଆକାଉଣ୍ଟରେ ଅଢେଇ କୋଟି ଟଙ୍କା ଜମା ହୋଇଛି ।

ସୂଚନା ମିଳିଛି ଯେ, ରବୀନ୍ଦ୍ର ସାହୁ ନାମ ଜଣେ ବ୍ୟକ୍ତି ପ୍ରଦୀପଙ୍କ ଆକାଉଣ୍ଟରେ ୭୫ ଲକ୍ଷ ଟଙ୍କା ଜମା କରିଛନ୍ତି । ୪ ମାସରେ ରବୀନ୍ଦ ସାହୁ ପ୍ରାୟ ୭୫ ଲକ୍ଷ ଟଙ୍କା ଜମା କରିଛନ୍ତି । ସେହିପରି ସୂର୍ଯ୍ୟ ଫିଲିଙ୍ଗ ଷ୍ଟେସନ ତାଙ୍କ ଆକାଉଣ୍ଟରେ ୪୦ ଲକ୍ଷ ଟଙ୍କା କରିଛି । ଏସ କେ ମହାରଣା ନାମ ଜଣେ ବ୍ୟକ୍ତି ପ୍ରଦୀପଙ୍କ ଆକାଉଣ୍ଟରେ ୨୫ ଲକ୍ଷ ଟଙ୍କା ଜମା କରିଛନ୍ତି । ଗୁରୁମୂର୍ତ୍ତି ଅଏଲ କମ୍ପାନୀ ପ୍ରାୟ ୪୦ ଲକ୍ଷ ଟଙ୍କା ପ୍ରଦୀପଙ୍କ ଆକାଉଣ୍ଟରେ ଜମା କରିଛନ୍ତି ।

Get real time updates directly on you device, subscribe now.