fbpx
BJD SKY
BJD SKY

ବାଙ୍ଗଲୋର ରୁ ଦିଲ୍ଲୀ ଫେରିବା ବେଳେ ସୋନିଆ-ରାହୁଲଙ୍କ ବିମାନ ଜରୁରୀ ଅବତରଣ

BJD

ନୂଆଦିଲ୍ଲୀ: ବିରୋଧୀ ଏକତାର ଦ୍ୱିତୀୟ ବୈଠକ ଆଜି ବାଙ୍ଗଲୋରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୨୬ ବିଜେପି ବିରୋଧୀ ଦଳ ଯୋଗ ଦେଇଥିଲେ । ଦୁିଇ ଦିନିଆ ବୈଠକରେ କଂଗ୍ରେସ ଅଧ୍ୟକ୍ଷତା କରିଥିଲା । ଏହି ବୈଠକ ପରେ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ଦିଲ୍ଲୀ ଫେରୁଥିବା ବାଟରେ ସେମାନଙ୍କ ବିମାନ ଭୋପାଳରେ ଜରୁରୀ ଅବତରଣ କରିଛି । ପାଗ ଖରାପ କାରଣରୁ ସେମାନଙ୍କ ବିମାନ ଅଟକିଥିବା ସୂଚନା ମିଳିଛି ।

ଦୁହେଁ ଏବେ ଭୋପାଳ ଏୟାରପୋର୍ଟ ଭିଆଇପି ଲାଉଞ୍ଜରେ ପାଗ ଠିକ ହେବାର ଅପେକ୍ଷା କରିଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ଏବେ ସେମାନେ ସାମାନ୍ୟ ଇଣ୍ଡିଗୋ ବିମାନାରେ ୯ଟା ୩୦ରେ ଦିଲ୍ଲୀ ଅଭିମୁଖେ ଯିବେ ।

Get real time updates directly on you device, subscribe now.