fbpx
BJD SKY
BJD SKY

ଯାତ୍ରା କମେଡ଼ିଆନ ରବି ଶତପଥୀଙ୍କ ପରଲୋକ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ବଡ଼ ଖବର । ବିଶିଷ୍ଟ ଯାତ୍ରା କମେଡ଼ିଆନ ରବି ଶତପଥୀଙ୍କ ପରଲୋକ ଘଟିଛି । ରବି ‘ଶାଗୁଣା ବସିଛି ଡେଣା ମେଲାଇ’ରେ ପଦୁ ମହାନ୍ତି ଚରିତ୍ରରେ ଅଭିନୟ କରିଥିଲେ । ରବିଙ୍କ ଅଚାନକ ବିୟୋଗରେ ଯାତ୍ରା ଇଣ୍ଡଷ୍ଟ୍ରି ସହ ଜଡ଼ିତ ବହୁ ନିର୍ଦ୍ଦେଶକ, ପ୍ରଯୋଜକ, ଅଭିନେତା, ଅଭିନେତ୍ରୀ, ଟେକ୍ନିସିଆନ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ସୂଚନା ମୁତାବକ, ନିଜ ବାସଭବନରେ ରବିଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ରବିଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ରବିଙ୍କ ଘର ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଗପାଳରେ । ଗତ କିଛିଦିନ ଧରି ସେ କର୍କଟ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ରହିଥିଲେ । ସେ ୫୦୦ରୁ ଅଧିକ ଯାତ୍ରା ପେଣ୍ଡାଲରେ ନାଟକରେ ଅଭିନୟ କରି ନିଜ ପ୍ରତିଭାର ବଳିଷ୍ଠ ପ୍ରମାଣ ଦେଇଥିଲେ ।

ରବି ଯାତ୍ରା ଜଗତର କମେଡ଼ି କିଙ୍ଗ ଭାବେ ଜନମାନସରେ ବେଶ୍ ପରିଚିତ ଥିଲେ । ସେ ଚଳିତ ବର୍ଷ ରଜ ସମୟରେ ନାଟକ ପରିବେଷଣ କରିବା ପାଇଁ ଘରୁ ବାହାରି ସାରିଥିଲେ । ସେ ଯାତ୍ରାରେ ଅଭିନୟ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା ମାତ୍ର ହଠାତ୍ ଆଜି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେ କର୍କଟ ରୋଗରେ ପୀଡ଼ିତ ଥିବା ଡାକ୍ତର ସୂଚନା ଦେଇଥିଲେ । ଏହାପରେ ତାଙ୍କୁ ରାଜଧାନୀ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନ ଆସିବାରୁ ପରିବାର ଲୋକେ ତାଙ୍କୁ ଘରକୁ ନେଇଯାଇଥିଲେ । କିଛିଦିନ ସେ ଘରେ ଶଯ୍ୟାଶାୟୀ ଅବସ୍ଥାରେ ରହିବା ପରେ ଶେଷରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

Get real time updates directly on you device, subscribe now.