fbpx

୭ଟି ୱିକେଟ ହାସଲ କରିବେ ମହମ୍ମଦ ଶାମୀ.. କିଏ ସେହି ବ୍ୟକ୍ତି ଯିଏ ସ୍ୱପ୍ନ ଦେଖି ଦେଇଥିଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟରେ ବର୍ତ୍ତମାନ ୨୦୨୩ ୱାର୍ଲଡ କପ । ୧୯ ନଭେମ୍ବରରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ଖେଳା ଯିବ । ଫାଇନାଲରେ ପହଁଚିବା ପୂର୍ବରୁ ସେମି-ଫାଇନାଲରେ ଭାରତ ଏକ ରୋମାଞ୍ଚକର ଖେଳ ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ଦଳକୁ ୭୦ ରନରେ ପରାସ୍ତ କରିଥିଲା । ଏହି ମ୍ୟାଚରେ ଗୋଟିଏ ପଟେ ବିରାଟ କୋହଲିଙ୍କ ୫୦ ଶତକର ଚର୍ଚ୍ଚା ଚାଲିଥିବା ବେଳେ ଅନ୍ୟ ପଟେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମୀଙ୍କ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ମହମ୍ମଦ ଶାମୀ ଏହି ମ୍ୟାଚରେ ସମୁଦାୟ ୭ଟି ୱିକେଟ ହାସଲ କରିଛନ୍ତି, ଯେଉଁଥିରେ ବହୁ ୱିକେଟ ଏତେ ଗୁରୁତ୍ୱପୂର୍ଣ୍ଣ ଥିଲା ଯେ, ଯାହା ଭାରତକୁ ଜିତିବାରେ ସାହାଯ୍ୟ କରିଥିଲା ।

ଏହି ମ୍ୟାଚ ପରେ ସମସ୍ତେ ଶାମୀଙ୍କ ପ୍ରଶଂସା କରିବାକୁ ଲାଗିଛନ୍ତି । ଏହି ସମୟରେ ଏକ ଟ୍ୱିଟ ସବୁଠାରୁ ଚର୍ଚ୍ଚାରେ ରହିଛି । ଜଣେ ଯୁବକ ମ୍ୟାଚ ପୂର୍ବରୁ କହିଦେଇଥିଲେ ଯେ, ମହମ୍ମଦ ଶାମୀ ସେମିଫାଇନାଲ ମ୍ୟାଚରେ ୭ ୱିକେଟ ନେବେ । Don Mateo ନାମରେ ଏକ ଟ୍ୱିଟର ହ୍ୟାଣ୍ଡେଲ୍ସରେ ୧୪ ନଭେମ୍ବରକୁ ଏକ ଟ୍ୱିଟ କରାଯାଇଥିଲା । ଯେଉଁଥିରେ ଦାବି କରାଯାଇଛି ଯେ, ମହମ୍ମଦ ଶାମୀ ସେମିଫାଇନାଲ ମ୍ୟାଚରେ ୭ ୱିକେଟ ନେବେ । ଯୁବକ ଜଣକ ଟ୍ୱିଟ କରି କହିଛନ୍ତି ଯେ, ମୁଁ ଏକ ସ୍ୱପ୍ନ ଦେଖିଛି, ଯେଉଁଥିରେ ସେମିଫାଇନାଲ ମ୍ୟାଚରେ ଶାମୀ ୭ ୱିକେଟ ହାସଲ କରିଛନ୍ତି ।

ଏହି ଯୁବକଙ୍କ କହିବା କଥା ସତ ହୋଇଥିବାରୁ ଏହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାକୁ ନେଇ ଲୋକେ ପ୍ରଶଂସା କରିବାରେ ଲାଗିଛନ୍ତି । ଏହି ମ୍ୟାଚରେ ଭାରତୀୟ କ୍ରିକେଟ ଟିମର ପ୍ରତ୍ୟେକ ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି । ପ୍ରଥମେ ରୋହିତ ଶର୍ମା ଏବଂ ଶୁଭମନ ଗିଲ ଭଲ ଆରମ୍ଭ କରିଥିଲେ । ସେହିପରି ବିରାଟ କୋହଲି ଫିଲ୍ଡରେ ନିଜର ୫୦ତମ ଶତକ ପୂରା କରିଛନ୍ତି । ସେହିପରି ଶ୍ରେୟମ ଅୟର ବ୍ୟାଟିଂ କରି ନିଜ ଶତକ ପୂରଣ କରିଛନ୍ତି । ସେହିପରି ଶେଷ ସମୟରେ ଅସିଥିବା କେଏଲ ରାହୁଲ ବହୁ ବାର ବଲକୁ ସୀମାରେଖାରେ ପହଁଚାଇଛନ୍ତି ।

Get real time updates directly on you device, subscribe now.