fbpx

କରୋନା ସମୟରେ ନିଯୁକ୍ତି ସୁଯୋଗ: Degree, Diploma ଓ ITI ଛାତ୍ରଛାତ୍ରୀ କରିପାରିବେ ଆବେଦନ

କରୋନା ସମୟରେ ରାଜ୍ୟର ସମସ୍ତ ବେକାର ଯୁବକ, ଯୁବତୀଙ୍କ ପାଇଁ ଏକ ଚାକିରି ସୁଯୋଗ ଆସିଛି । ବାଲେଶ୍ୱରର ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର)ରେ ଏହି ନିଯୁକ୍ତି ସୁଯୋଗ ରହିଛି । ଗ୍ରାଜୁଏଟ, ଟେକ୍ନିସିଆନ ଓ ଟ୍ରେଡ୍ ଆପ୍ରେଣ୍ଟିସ ଯୋଗ୍ୟତାଧାରୀଙ୍କ ପାଇଁ ମୋଟ ୧୧୬ଟି ପଦବୀ ଖାଲି ରହିଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ପ୍ରଥମେ ବିଜ୍ଞପ୍ତିକୁ ଭଲଭାବେ ପଢ଼ିବା ପରେ ଆବେଦନ କରିବାକୁ ଅନୁରୋଧ କରାଯାଇଛି ।

ଶିକ୍ଷାଗତ ଯୋଗ୍ୟତା: ଗ୍ରାଜୁଏଟ ଆପ୍ରେଣ୍ଟିସ ପାଇଁ ବି.ଇ./ବି.ଟେକ, ଟେକ୍ନିସିଆନ ଆପ୍ରେଣ୍ଟିସ ପାଇଁ ଡିପ୍ଲୋମା ଓ ଟ୍ରେଡ୍ ଆପ୍ରେଣ୍ଟିସ ପାଇଁ ଆଇଟିଆଇ ପାସ୍ କରିଥିବା ଦରକାର ।

ପଦବୀ ସଂଖ୍ୟା: ଗ୍ରାଜୁଏଟ ଆପ୍ରେଣ୍ଟିସ ପାଇଁ ୫୦ଟି, ଟେକ୍ନିସିଆନ ଆପ୍ରେଣ୍ଟିସ ପାଇଁ ୪୦ଟି ଓ ଟ୍ରେଡ ଆପ୍ରେଣ୍ଟିସ ପାଇଁ ୨୬ଟି ପଦବୀ ଖାଲି ରହିଛି ।

ଆବେଦନ ଫି: ଆବେଦନକାରୀଙ୍କୁ ଏଥିପାଇଁ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ ।

ଅନଲାଇନ ଆବେଦନ ତାରିଖ: ଆବେଦନକାରୀମାନେ ଏଥିପାଇଁ ୦୧.୧୧.୨୦୨୧ରୁ ୧୫.୧୧.୨୦୨୧ ମଧ୍ୟରେ ଆବେଦନ କରିପାରିବେ । ବି.ଇ./ ବି.ଟେକ/ ଡିପ୍ଲୋମାଧାରୀମାନେ ସେମାନଙ୍କର ନାମ http://www.mhrdnats.gov.in/ ସାଇଟରେ ପଞ୍ଜୀକରଣ କରିବେ ଓ ଆଇଟିଆଇଧାରୀମାନେ https://www.apprenticeshipindia.gov.in/ ରେ ପଞ୍ଜୀକରଣ କରିବେ ।

ଅନଲାଇନ ଆବେଦନ ଲିଙ୍କ: https://rac.gov.in/drdo/public/

ଅଫିସିଆଲ ନୋଟିଫିକେସନ: https://nijuktikhabar.in/wp-content/uploads/2021/10/Notification-ITR-Chandipur-Apprentice-Recruitment-2021.pdf

ଅଫିସିଆଲ ୱେବସାଇଟ୍: https://www.drdo.gov.in/

Get real time updates directly on you device, subscribe now.